ଜୁଲାଇ ୧୩ରେ ଜିଲ୍ଲା ରକ୍ତଦାତା ସଂଘର ୧୫ଶ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ପଞ୍ଚଦଶ ବାର୍ଷିକ ସମ୍ମିଳନୀ ଓ ସାଧାରଣ ସଭା ଆସନ୍ତା ୧୩ ତାରିଖ ରବିବାର ଦିନ ୧୦ଟାରେ ଭେନ୍ୟା ପାରାଡାଇଜ୍ ସଭାଗୃହରେ ଅନୁଷ୍ଠିତ ହେବେ। ସଂଘର ସଭାପତି କମଳ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଇଂ. ଡ. ହୃଷିକେଶ ସାହୁ ସମ୍ମିଳନୀ ପ୍ରସ୍ତୁତି ସଂପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ। ଏହି ସମ୍ମିଳନୀକୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍‌ଘାଟନ କରିବେ ଓ ମୁଖ୍ୟଅତିଥି ଭାବେ ସମ୍ବାଦର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେବାକୁ ସଦୟ ସ୍ୱୀକୃତି ଦେଇଥିବାର ଇଂ. ସାହୁ ପ୍ରକାଶ କରିଥିଲେ। ବାଲେଶ୍ୱରର ବିଧାୟକବୃନ୍ଦ, ଜିଲ୍ଲା ରକ୍ତ କେନ୍ଦ୍ରର ଅଧିକାରୀ ଅତିଥି ଓ ବକ୍ତାଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ ସଂଘର ବାର୍ଷିକ ମୁଖପତ୍ର ‘ସ୍ପନ୍ଦନ’କୁ ଅତିଥିମାନେ ଉନ୍ମୋଚନ କରିବେ। ସର୍ବାଧିକ ରକ୍ତ ସଂଗ୍ରହ କରିଥିବା ଶିବିର ଓ ସର୍ବାଧିକଥର ରକ୍ତଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବ। ଏହି ସମ୍ମିଳନୀକୁ ସଫଳ କରିବାପାଇଁ ବାଲେଶ୍ୱରର ସମସ୍ତ ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ବୈଠକରେ ନିବେଦନ କରାଯାଇଛି। ସର୍ବଶ୍ରୀ ରାଜେଶ ଗିରି, ରବିନାରାୟଣ ଭୋଳ, ଯୋଗେଶ ଚନ୍ଦ୍ର ପ୍ରଧାନ, ସିମନ ମହାପାତ୍ର, ରଙ୍ଗାଧର ଦାସ, ଶ୍ରୀକୁମାର କୃଷ୍ଣ କର, କଳ୍ପିତାରାଣୀ ସାହୁ, ଦେବାଶିଷ ପାଣି, ବିଜୟ ପାତ୍ର, ଡ. କାଳୀପଦ ପଣ୍ଡା, ଲକ୍ଷ୍ମୀଧର ବାରିକ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଅକ୍ଷୟ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ