ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଣ୍ଣୁପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚନ୍ଦ୍ର ଶେଖର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ସାମାଜିକ କର୍ମୀ ଅକ୍ଷୟ କୁମାର ବେହେରା, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁ, ସମିତି ସଭ୍ୟ ଚନ୍ଦ୍ର ଶେଖର ଜେନା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବିଜୟ କୁମାର ପଣ୍ଡା ଓ ଶିକ୍ଷୟତ୍ରୀ ସୁଶ୍ରୀ କାନ୍ତାରାଣୀ ରାୟଙ୍କର ଜୀବନବ୍ୟାପୀ ଶିକ୍ଷା ସାଧନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦାମୋଦର ବାରିକ, ପ୍ରାକ୍ତନ ସରପଞ୍ଚ ଭିକାରୀ ଚରଣ ସେଠୀ, ପରିଚାଳନା କମିଟି ସଭାପତି ନିରଞ୍ଜନ ଜେନା, ଅନନ୍ତ ପ୍ରସାଦ ପାତ୍ର, ସୁଧାକର ମହାପାତ୍ର, ପ୍ରଭାକର ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଜ୍ୟୋସ୍ନାକୁମାରୀ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ଜୟଦେବ ସେନାପତି ସ୍ୱାଗତଭାଷଣ ଦେଇଥିଲେ । ଶିକ୍ଷୟତ୍ରୀ ଲିଖିତା ସାମଲ ଓ ପ୍ରିତିପଦ୍ମା ପାତ୍ର ମାନପତ୍ର ପାଠ କରିଥିଲେ । ଅତିମାନଙ୍କ ଦ୍ୱାରା ଦୁଇ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଶିକ୍ଷୟତ୍ରୀ ପ୍ରିତିପଦ୍ମା ଦାସ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ