ପ୍ଲଟ ଆବଣ୍ଟନକୁ ନେଇ ବ୍ୟବସାୟୀ ମହାସଂଘ ଦୁଇଫାଳ, ଅଣ ବ୍ୟବସାୟୀ ହାତେଇଲେ ପ୍ଲଟ।

କୋଣାର୍କ, (ଗଣେଶ ବେହେରା): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦୀର୍ଘଦିନ ଧରି ହସ୍ତଶିଳ୍ପ ବ୍ୟବସାୟ କରିଆସୁଥିବା ବ୍ୟବସାୟୀ ମାନଙ୍କୁ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାରେ ଅନ୍ୟତ୍ର ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଛି। ଖବରରୁ ପ୍ରକାଶ ଯେ ଗତ ଦୁଇଦିନ ତଳେ ପୂର୍ବ ତାଲିକା ଅନୁଯାୟୀ ୧୬୪ଜଣ ଥଇଥାନ ବଦଳରେ ୨୨୩ଜଣ ବ୍ୟବସାୟୀ ମାନଙ୍କୁ ଏହି ଯୋଜନାରେ ପ୍ଲଟ ଆବଣ୍ଟନରେ ଅନିୟମିତତା ଅଭିଯୋଗ ଅଭିଯୋଗ ହୋଇଛି। ଆଜି କୋଣାର୍କ ସ୍ଥିତ ମୈତ୍ରେ ବିହାର ପରିସରରେ ପ୍ଲଟ ଆବଣ୍ଟନରେ ଅନିୟମିତତା ହୋଇଥିବା ଅସନ୍ତୁଷ୍ଟ ବ୍ୟବସାୟୀ ମାନଙ୍କ ଦ୍ଵାରା ମନୋନୀତ ଅସ୍ଥାୟୀ ସଭାପତି ଭରତ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସୂର୍ଯ୍ୟ ମନ୍ଦିର ପରିସରରେ ୨୦୦୩ ଓ ୨୦୧୧ ମସିହାରେ ରାଜସ୍ବ ବିଭାଗ ଓ କୋଣାର୍କ ଏନଏସି କତୃପକ୍ଷ ଦ୍ବାରା ସ୍ଥିରୀକୃତ ୧୬୪ ଜଣ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଲଟେରୀ ମାଧ୍ୟମରେ ପ୍ଲଟ ଆବଣ୍ଟନରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଇ ୫୯ଜଣ ଅଣ ବ୍ୟବସାୟୀ ସମେତ ୨୨୩ଜଣ ଙ୍କୁ କେଉଁ ଆଇନ ଆଧାରରେ ପ୍ରଦାନ କରାଯାଇଛି ବୋଲି ଅସନ୍ତୁଷ୍ଟ ବ୍ୟବସାୟୀ ମାନଙ୍କୁ ନେଇ ନବଗଠିତ ସଂଘର ଅସ୍ଥାୟୀ ସଭାପତି ଭରତ ଚନ୍ଦ୍ର ନାୟକ ସ୍ପଷ୍ଟୀକରଣ ଦାବି କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବ୍ୟବସାୟ କରୁଥିବା ୧୧ଜଣ ବ୍ୟବସାୟୀ ଏହି ପ୍ଲଟ ଆବଣ୍ଟନରୁ ବାଦ ପଡିଛନ୍ତି। ବ୍ୟବସାୟୀ ମାନଙ୍କ ପେଟରେ ଲାତମାରି ଅଗଣତାନ୍ତ୍ରିକ ପଦ୍ଧତି ଆପଣାଇ କୋଣାର୍କ ହସ୍ତଶିଳ୍ପ ବ୍ୟବସାୟ ମହାସଂଘର କର୍ମକର୍ତ୍ତା ଓ ସ୍ଥାନୀୟ ପ୍ରଶାସନ କେଉଁ ନ୍ୟାୟ ରେ ୧୬୪ ବ୍ୟବସାୟୀ ମାନଙ୍କ ଉପସ୍ଥିତିରେ ପ୍ଲଟ ଆବଣ୍ଟନ ପାଇଁ ସ୍ବଚ୍ଛତା ଆଣିବା ପାଇଁ ସର୍ବ ସମ୍ମୁଖରେ ଲଟେରୀ ନକରି କେତେ ଜଣ ହାତଗଣତି କର୍ମକର୍ତ୍ତା ମାନଙ୍କୁ ନେଇ ସଭ୍ୟ ମାନଙ୍କ ଅଗୋଚରରେ ତରବରିଆ ଭାବେ ଲଟେରୀ କରି ପ୍ଲଟ ଆବଣ୍ଟନରେ ୧୬୪ ବଦଳରେ ୫୯ଜଣ ଅଣ ବ୍ୟବସାୟୀ ମାନଙ୍କ ନାମ ତାଲିକା କରି ୨୨୩ଜଣ ଙ୍କୁ ପ୍ଲଟ ଆବଣ୍ଟନ କଲେ ତାହାର ଭିଜିଲାନ୍ସ ତଦନ୍ତ ଦାବି କରିଛି ଅସନ୍ତୁଷ୍ଟ ବ୍ୟବସାୟୀ ସଂଘ। ମହାସଂଘର ତଥାକଥିତ ନେତା ଓ କର୍ମକର୍ତ୍ତା ମାନେ ଅଣ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଅଣବ୍ୟବସାୟୀ ମାନଙ୍କୁ ଥାଇଥାନ ଯୋଜନାରେ ସାମିଲ କରାଯାଇଛି ବୋଲି ପୂର୍ବତନ କାଉନସିଲର ତଥା ନବଗଠିତ ସଂଘ ଉପଦେଷ୍ଟା ସୁକାନ୍ତ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ପ୍ଲଟ ଆବଣ୍ଟନରେ ସ୍ବଚ୍ଛତା ଆଣିବା ପାଇଁ ଗୁରୁତ୍ବ ଦିଆଯାଉଥିଲେ ମଧ୍ୟ କୋଣାର୍କ ଏନଏସି କତୃପକ୍ଷ ଓ ସଂଘର କିଛି କର୍ମକର୍ତ୍ତା ରୁଦ୍ଧଦ୍ବାର ବୈଠକରେ ଲଟେରୀ କରି ନିଜ ଓ ନିଜର ପରିବାର ତଥା ସଂପର୍କୀୟ ମାନଙ୍କ ନାଁରେ ଏକାଧିକ ପ୍ଲଟ ହାତେଇଥିବା ଆଜି ମୈତ୍ରୀ ବିହାର ପରିସରରେ ଅନୁଷ୍ଠିତ ଅସନ୍ତୁଷ୍ଟ ବ୍ୟବସାୟୀ ନବଗଠିତ ସଂଘର ସଭାପତି ଭରତ ଚନ୍ଦ୍ର ନାୟକ ପ୍ରକାଶ କରିବା ସହ ପୁରୀ ଜିଲ୍ଲାପାଳ ପ୍ଲଟ ଆବଣ୍ଟନରେ ସ୍ବଚ୍ଛତା ଆଣିବା ପାଇଁ ପୁନଃ ଲଟେରୀ କରିବା ପାଇଁ ଦାବି କରିଛନ୍ତି। ଏହି ଯୋଜନାରେ ପଂଜିକୃତ ୧୧ଜଣ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାରେ ଥଇଥାନ କରିବା ସହ ସର୍ବ ସମ୍ମୁଖରେ ପ୍ରକୃତ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ପ୍ଲଟ ଆବଣ୍ଟନ ପାଇଁ ସ୍ବଚ୍ଛତା ଆଣିବା ସହ ହୋଇଥିବା ଅନିୟମିତତା ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପୂର୍ବତନ କାଉନସିଲର ରଣଜିତ ରାଉତରାୟ, କୋଣାର୍କର ଯୁବ ସଂଗଠକ ସ୍ବାଧୀନ କୁମାର ନାୟକ, ଅସନ୍ତୁଷ୍ଟ ବ୍ୟବସାୟୀ ରଂଜନ ମଲ୍ଲ, ଦେବେନ୍ଦ୍ର ପାତ୍ର, ଅଶୋକ କୁମାର ସାହୁ, ବିଜୟ କୁମାର ନନ୍ଦୀ, ଭାସ୍କର ବେହେରା ସମେତ ୬୦ରୁ ହସ୍ତଶିଳ୍ପ ବ୍ୟବସାୟୀ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ