ବିଦାୟ କାଳୀନ ସଭା ଅନୁଷ୍ଠିତ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗୋବିନ୍ଦ ଆଞ୍ଚଳିକ ସାଧନକେନ୍ଦ୍ର ଅଧିନସ୍ଥ ସ୍ୱାମୀପାଟଣା ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରୋଦ କୁମାର ଜେନା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରାଜୀବ ଲୋଚନ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ୟ ଆରମ୍ବ କରିଥିଲେ । ସିଆରସିସି ପ୍ରଶାନ୍ତ କୁମାର ବେହେରା ସଭା ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ପଙ୍ଗଟା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ରୂପକ କୁମାର ମିଶ୍ର, ସଂମାନିତ ଅତିଥି ଭାବେ କୋରୁଆ ସିଆରସିସି ପୂର୍ଣ ଚନ୍ଦ୍ର ପରିଡ଼ା, ପ୍ରଧାନ ଶିକ୍ଷକ ଖଗେଶ୍ବର ଜେନା, ଅନିଲ କୁମାର ବଳ,ସଶିଭୂଷଣ ସେଠି,ପୂର୍ଣ୍ଣ ଚନ୍ଦ୍ର ନାୟକ,ନୃସିଂଗ ସାହୁ,ଖଗେଶ୍ୱର ସାମଲ, ନିର୍ମଳ ବେହେରା,ଶିକ୍ଷୟତ୍ରୀ ତିଲୋତ୍ତମା ବାରିକ,ବିଜୟା ଲଷ୍ମୀ ଦାଶ, ମାୟାଧର ସେଠି,ଯୋଗଦେଇଥିଲେ। ଶିକ୍ଷକ ରମେଶ ଦତ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅବସର ନେଇଥିବା ଚାରିଜଣ ଶିକ୍ଷକ କୃତିବାସ ଦାସ,ଅନିରୁଦ୍ଧ ଦାଶ, ବୈରାଗୀ ଚରଣ ଦାସ, ଦୀନବନ୍ଧୁ ଜେନା ଙ୍କ ଉଦ୍ଦେଶ୍ୟ ରେ ଛାତ୍ର ଛାତ୍ରୀ ,କମିଟି ର ସଭ୍ୟ ସଭ୍ୟା ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ସେମାନଙ୍କୁ ମାନପତ୍ର, ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାଳନ୍ଦୀ ଚରଣ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ