ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକସ୍ଥିତ କମଳାଦେବୀ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ମହେଶ ଚନ୍ଦ୍ର ରାୟ, ମୁଖ୍ୟ ବକ୍ତା ଭାବେ ଖଇରା ବ୍ଲକ ଓଷ୍ଟା ଯୁଗ୍ମ ସଂପାଦକ ବିଷ୍ଣୁ ମୋହନ ମିଶ୍ର, ସମ୍ମାନୀତ ଅତିଥି ଭାବେ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ପାଟୁଳି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଉତ୍ତମ ଲେଙ୍କା, ଶାଳବଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନରହରି ଜେନା, କଳ୍ପନାଦେବୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଗୌରାଙ୍ଗ ଡେରେଇ, ସମାଜସେବୀ ମହମ୍ମଦ ସମିମ୍ ନୱାଜ୍ ଯୋଗ ଦେଇଥିଲେ । ଶୁଭେନ୍ଦୁ ଶେଖର ମହାନ୍ତି ଅତିଥି ପରିଚୟ ଓ ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ହେମନ୍ତ ପରିଡା, ପ୍ରଫୁଲ୍ଲ ଜେନା, ଅରୁଣ ବାରିକ, ରମାକାନ୍ତ ଜେନା, ସେକ୍ ସାବିର୍, ରିହାଜ୍ ଅଲ୍ଲୀ, ବୁଦ୍ଧିରାମ ସାହୁ, ଶରତ ସାହୁ ସହାୟତା କରିଥିଲେ ।