ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସାତଶୋଳା କ୍ଲଷ୍ଟର ଅଧିନ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶିକ୍ଷକ ଶ୍ରୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷାଧିକାରିଣୀ ମଂଜୁବାଳା ନାୟକ, ସହ ଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା, ଅନୀଲ କୁମାର ବଳ, ଉମେଶ ଚନ୍ଦ୍ର ଜେନା, ସିଆରସିସି ଝୁନାରାଣୀ ସ୍ୱାଇଁ, କୈଳାସ ଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ କର୍ମମୟ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସାତଶୋଳା କ୍ଲଷ୍ଟର ସିଆରସିସି ଅଶୋକ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ସାହୁ, ବିଦ୍ୟାଧର ରାଉତ, ବାସୁଦେବ ମହାପାତ୍ର ଓ ରାଜକିଶୋର ସାହୁଙ୍କୁ ଅତିଥିମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଶିକ୍ଷକ ପିତାମ୍ବର ଶଙ୍ଖୁଆ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ଆନନ୍ଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଛାୟାନାଥ ପଣ୍ଡା, ପିତାମ୍ବର ନାୟକ, କେଶବ ଚନ୍ଦ୍ର ନାୟକ, ମହେଶ୍ୱର ଦାସ, ପ୍ରଦୀପ ନାୟକ, ଗୋଦାବରୀ ପ୍ରଧାନ, ରଂଜିତାଲତା ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ