ବିଦାୟ ନେଲେ ମା ଗଜଲଷ୍ମୀ
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଗଜଲଷ୍ମୀ ପୂଜା ଆଜି ଶେଷ ହୋଇଛି | ମାଙ୍କୁ ବିଦାୟ ଦେଲେ ଭକ୍ତ, ପୁରାଣରେ ଅଛି ଯେବେ ଭକ୍ତଙ୍କ ଉପରେ ବିପତ୍ତି ଆସେ ମା ଡାକ ଶୁଣନ୍ତି, ଆଉ ଧାରାପୃଷ୍ଟ କୁ ଆସି ପୂଜା ପାଆନ୍ତି | କୁମାରପୂର୍ଣ୍ଣିମା ଦିନରେ ମା ଗଜଲଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହଇଥାଏ ଏବଂ ବହୁ ଆଡ଼ମ୍ବରରେ ପାଳନ ହୁୟ | ଏହି ବର୍ଷ କରୋନା କୁ ରୋକିବା ପାଇଁ କୋଭିଡ଼ି ନିଅମ ଅନୁଯାଇ ପୂଜା ପାଳନ ହଇଛି | ମୋହନା ବଜାରରେ ପ୍ରତେକ ବର୍ଷ ହେଉଥିବା ଦଶହରା ପୂଜା ବନ୍ଦ ହଇଥିବା ବେଳେ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା | କିନ୍ତୁ ହାଇସ୍କୁଲ ଛକ ଗଣେଶ ବଣିକ ସଙ୍ଘ ପ୍ରତି ବର୍ଷ ଭଳି ଏହି ବର୍ଷ ସରକାରଙ୍କ ନିଅମ ମାନି ପାଲବାନ୍ଧି ସାମାଜିକ ଦୂରତା ରଖି ଚାରି ଜଣ ରହି ପୂଜା ଅନୁଷ୍ଠିତ କରିଥିଲେ | ଗତ କାଲି ପୂର୍ଣ୍ଣଆହୁତି ଦେବା ପରେ ଆଜି ମାଙ୍କ ଭଷାଣି କରିଛନ୍ତି, ଲେଡେବନ୍ଧନଦୀରେ ଘଣ୍ଟ ବଜାଇ ନେଈଥିଲେ | ବିଦାୟ ଦେବା ବେଳେ ସଙ୍ଘର କର୍ମକର୍ତା ଓ କର୍ତ୍ତା ବୃନ୍ଦାବନ ସାମନ୍ତରାୟ, ପ୍ରଫୁଲ ସାହୁ, ପଣ୍ଡିତ ଶିବସଙ୍କର ପଣ୍ଡା ଉପସ୍ଥିତ ରେ ପୁଷ୍ପାଞ୍ଜଳି ଦେଇ କରୋନା ଦାଉରୁ ରକ୍ଷା କରିବା ସହ ସମସ୍ତ ସଂସାର କୁ ରକ୍ଷା କରିବା ପାଇଁ ପ୍ରଥାନ କରିଥିଲେ |