ବିଦା ହେଲେ ଗଜପତି ମଣ୍ଡଳ ଶ୍ରମ ଆୟୁକ୍ତ

ଅଫିସର ମହଲରେ କୋକୁଆ ଭୟ,ମୁଖ୍ୟମନ୍ତ୍ରୀଙ୍କ ଦୁର୍ନିତୀ ଦମନର ପ୍ରଥମ ଛାଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନିତୀ ଦମନର ପ୍ରଥମ ଛାଟରେ ଗଜପତି ଜିଲ୍ଲାର ମଣ୍ଡଳ ଶ୍ରମ ଆୟୁକ୍ତ ବିଦା ହୋଇଛନ୍ତି । ଏ ନେଇ ଗଜପତି ଜିଲ୍ଲାର ବିଭିନ୍ନ ଅଫିସର ମହଲରେ ଆତଙ୍କ ଖେଳିଯାଇଛି । ଗଜପତି ଜିଲ୍ଲା ମଣ୍ଡଳ ଶ୍ରମ ଆୟୁକ୍ତ ନମିତା ଦାସ ଗତ ୨୦୧୯ ଅକ୍ଟୋବର ଠାରୁ ଏଠାରେ କାର୍ଯ୍ୟରତ ଥିଲେ । ଗତକାଲି ତାଙ୍କୁ ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୧୧୫/ଏଲଇଏସଆଇ ଅନୁଯାଇ ତାଙ୍କୁ ବାଧ୍ୟତା ମୁଳକ ଅବସର ପାଇଁ ଶ୍ରମ ବିଭାଗ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କେଉଁ କାରଣରୁ ଏଭଳି ପଦକ୍ଷେପ ନିଆଗଲା ତାହାର କୌଣସି ତଥ୍ୟ ମିଳି ନାହିଁ । ମଣ୍ଡଳ ଶ୍ରମ ଆୟୁକ୍ତ ନମିତା ଦାସଙ୍କ ସହ ଯୋଗା ଯୋଗ ସମ୍ଭବ ନ ହେବାରୁ ତାଙ୍କର କୌଣସି ମତାମତ ହସ୍ତଗତ ହୋଇ ନାହିଁ । ଗଜପତି ଜିଲ୍ଲାରେ ଏହି ଘଟଣା ପ୍ରଥମ ହୋଇଥିବାରୁ ବର୍ତ୍ତମାନ ବିଭିନ୍ନ ଦୁର୍ନିତୀ ଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ଠାରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନିତୀ ଦମନର ଛାଟରେ ଗଜପତି ଜିଲ୍ଲାର ଆଉ କୌଣସି ଅଧିକାରୀଙ୍କ ଉପରେ ପଡିବ ସେ ନେଇ ସାଧାରଣରେ ମୁଖ୍ୟ ଚର୍ଚ୍ଚା ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ