ବିଦୁଲତା ଜେନା ସ୍ମୃତି ସଂସଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବିଦ୍ୱାନ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଓ ବିଦୁଲତା ଜେନା ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ ସୋମବାର ସ୍ୱର୍ଗତ ବିଦୁଲତା ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଦଳିତ ସଭାପତି ଶାନ୍ତନୁ ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ସ୍ମୃତି ସଂସଦର ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିକାଶ ପରିଷଦର ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାମଲ ମୁଖ୍ୟଅତିଥି ଭାବେ ଓ ଆମଗାଁ ସାହିତ୍ୟ ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଓ ସ୍ମୃତି ସଂସଦର ସମ୍ପାଦକ ମନୋଜ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଜେନାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କରୋନା ଯୋଦ୍ଧା ଓ ସାହିତ୍ୟ, ସଂସ୍କୃତି ସମ୍ପନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ, ପୁରୁଣା ବସଷ୍ଟାଣ୍ଡସ୍ଥିତ ଟାଉନ ଫାଣ୍ଡିର ଜମାଦାର ନରେନ୍ଦ୍ର ନାଥ ସୋରେନ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ, ପୁସ୍ତକ ଆର୍ଯ୍ୟପୁତ୍ରର ସ୍ରଷ୍ଟା ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ, ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ, ଆମ ଗାଁ ସାହିତ୍ୟ ପରିଷଦ ସମ୍ପାଦକ ସ୍ୱପ୍ନାଶୁ କୁମାର ଦାସ, ପ୍ରଫୁଲ୍ଲ କୁମାର ଦାସ, ବସନ୍ତ କୁମାର ପଲେଇ, ଅଶୋକ କୁମାର ସାହୁ,ତୃପ୍ତିମୟୀ ଜେନା ପ୍ରମୁଖଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅଶୋକ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାବୀତ ଦିଲ୍ଲିପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ