ବିଦୁ୍ୟତ ସଂଯୋଗ ପାଇଁ ଆକ୍ରମଣ, ପୁଅ ଗୁରୁତର
ହାଟଡିହିି, (ବିକାଶ ବିଶ୍ୱାଳ):ବିଦୁ୍ୟତ ସଂଯୋଗ ପାଇଁ ବାପର ଆକ୍ରମଣରେ ପୁଅ ଗୁରୁତର ଆହତ ;ହୋଇଥିବା ଜଣାଯାଇଛି । ଏପରି ଏକ ଘଟଣା ଘଟିଛି ନନ୍ଦିପଦା ଥାନା ଅଧିନସ୍ଥ ମୁଦୁଲିପଦା ଗ୍ରାମରେ । ଗ୍ରାମର ଗୌରହରୀ ଦାଶ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବିଦୁ୍ୟତ ସଂଯୋଗ ନେଇଥିଲେ । ଗତ ରଜ ସମୟରେ ଘରକୁ ବିଦୁ୍ୟତ ସଂଯୋଗ ବିଛିନ୍ନ ହୋଇଥିଲା । ତେଣୁ ସାନପୁଅ ଜଗବନ୍ଧୁ ଦାଶ ବାହାରେ କାମ କରୁଥିବାବେଳେ ଘରକୁ ଫେରି ନିଜ ଘରକୁ ସ୍ୱତନ୍ତ୍ର ବିଦୁ୍ୟତ ସଂଯୋଗ ନେବାକୁ ଚାହିଁଁଥିଲେ । ବିଦୁ୍ୟତ ବିଭାଗ ଘରବାଡିର ପଟ୍ଟା ମାଗିବାରୁ ବାପ ପୁଅ ଭିତରେ ପାଟିତୁଣ୍ଡ ହୋଇଥିଲା । ଫଳରେ ବାପା, ମା ଓ ଭାଇ, ଭାଉଜମାନେ ମିଶି ଜଗବନ୍ଧୁକୁ ମାଡ ମାରିବା ସହିତ ତାଙ୍କ ସ୍ତ୍ରୀକୁ ଧକ୍କା ମାରି ଘରେ ଚାବି ପକାଇ ଦେଇଥିବା ନେଇ ତାଙ୍କ ପତ୍ନୀ ଗୀତାରାଣୀ ଦାସ ଅଭିଯୋଗ କରିଛନ୍ତି । ପୁଲିସ ପହଞ୍ଚି ତାଙ୍କୁ ଘରୁ ଉଦ୍ଧାର କରିଥିବାବେଳେ ଆହତ ସ୍ୱାମୀକୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏନେଇ ନନ୍ଦିପଦା ଥାନାରେ ଗୀତାରାଣୀ ଦାସ ଏକ ଅଭିଯୋଗ କରିବାପରେପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।


