ବେଦ ବିଦ୍ୟାଳୟ ପୁନଃ କାର୍ଯ୍ୟକ୍ଷମ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଦାମୋଦରପୁରସ୍ଥିତ ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିିତିର କାର୍ଯ୍ୟାଳୟକୁ ସୋମବାରଦିନ ପରିଦର୍ଶନ କରି ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ସନ୍ତୋଷ ପ୍ରକାଶ କରିଛନ୍ତି । ଗତ ୧୯୨୧ ମସିହାରେ ପ୍ରତିଷ୍ଠିତ ଏହି ଶତାୟୁ ଅନୁଷ୍ଠାନ, ପରାଧିନ ଭାରତରେ ଭାରତୀୟ ସଂସ୍କୃତି, ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇ ରଖିବା ପାଇଁ ତତ୍‌କାଳୀନ ନୀଳଗିରି ରାଣୀଙ୍କ ଆର୍ଥିକ ଅନୁଦାନରେ ‘ରାଣୀ ଆନନ୍ଦ କୁମାରୀ ବେଦ ବିଦ୍ୟାଳୟ’ ନାମରେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା । ଏହି ବିଦ୍ୟାଳୟ ଗତ ୨୦୧୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । କିନ୍ତୁ ବିଦ୍ୟାଳୟର ଶିକ୍ଷକମାନେ ଅବସର ନେବା ପରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଥିବା ସଂପର୍କରେ ସମିତିର କର୍ମକର୍ତ୍ତାମାନେ ବିଧାୟକ ଶ୍ରୀ ଦାସଙ୍କୁ ଅବଗତ କରାଇ ଏହି ପ୍ରାଚୀନ ଶିକ୍ଷାନୁଷ୍ଠାନର ପୁନଃଉଦ୍ଧାର ପାଇଁ ସରକାରୀ ସହାୟତା ପାଇଁ ଅନୁରୋଧ କରିଥିଲେ । ଇତିମଧ୍ୟରେ ସମିତି ନାମରେ ଥିବା ୧୧ ଡେସିମିଲ୍ ଭୂସଂପତ୍ତିର କାଗଜପତ୍ର ଓ ପକ୍କାପ୍ରାଚୀର ନିର୍ମାଣ ପ୍ରଭୃତି କାର୍ଯ୍ୟ ଦର୍ଶାଇଥିଲେ । ବିଧାୟକ ଶ୍ରୀ ଦାସ ସନ୍ତୋଷ ପ୍ରକାଶ କରି ଏହି ପ୍ରାଚୀନ ଶିକ୍ଷାନୁଷ୍ଠାନରେ ପୁନଃଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ବିଧାୟକ ଶ୍ରୀ ଦାସଙ୍କୁ ଭବ୍ୟ ସଂବର୍ଦ୍ଧନା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରି ସମିତିର ସଂପାଦକ ପଣ୍ଡିତ ଗୌରଚନ୍ଦ୍ର ଦାଶ, ଡ. କ୍ଷିତୀଶ୍ୱର ଦାଶ, ଡା. ଗୌରସାଧନ ମିଶ୍ର, ବୁଦ୍ଧିରାମ ପାଣିଗ୍ରାହୀ, ଶକ୍ତିପଦ ପଣ୍ଡା, ବୈଦ୍ୟନାଥ ଆଚାର୍ଯ୍ୟ, କମଳାକାନ୍ତ ଦାଶ, ପ୍ରଦୀପ କୁମାର ମିଶ୍ର, ଶାନ୍ତିସ୍ୱରୂପ ମିଶ୍ର, ବିରେନ୍ଦ୍ର କର, ରମାକାନ୍ତ ଦୀକ୍ଷିତ, ପ୍ରଦୀପ ଚକ୍ରବର୍ତ୍ତୀ, ବୈଦ୍ୟନାଥ ଆଚାର୍ଯ୍ୟ ପ୍ରମୁଖ ପଣ୍ଡିତମାନେ ଆଶୀର୍ବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଓ ଗତ ରବିବାର ବୈଠକରେ ସମିତିର ସଭାପତି ଡା. ଶୀର୍ଷକୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଶ୍ରୀ ଦାସଙ୍କୁ ଜିଲ୍ଲା ସମିତିର କାର୍ଯ୍ୟାଳୟ ପରିଦର୍ଶନ ପାଇଁ ଅନୁରୋଧ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ