ବିଦୃପା ଅଙ୍ଗନୱାଡ଼ି କେନ୍ଦ୍ରରେ ବ୍ୟାପକ ଅନିୟମିତତା : ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
ବରୀ, (ଚୈତନ୍ୟ ଜେନା):ବରୀ ବ୍ଲକ ଅନ୍ତର୍ଗତ କଳାମାଟିଆ ପଞ୍ଚାୟତ ବିଦ୍ରୁପା ଅଙ୍ଗନୱାଡ଼ି କେନ୍ଦ୍ରରେ ବ୍ୟାପକ ଅନିୟମିତତାର ତଦନ୍ତ ଦାବିକରି ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବରୀ ସିଡିପିଓଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ। ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଜିଲ୍ଲାପାଳ ବରୀ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ତୁରନ୍ତ ଵିଦୃପା ଅଙ୍ଗନୱାଡ଼ି କେନ୍ଦ୍ରରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ କରି ପଦକ୍ଷେପ ନେବା ପାଇଁ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ସିଡିପିଓ ସଂଗୀତା ଏଧା ଏବଂ ସୁପର ଭାଇଜର ରେଖମଣୀ ପରିଡ଼ା ବିଦ୍ରୂପା ସରକରି ଉ ପ୍ରା ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ ପୂର୍ବରୁ ସେଠାର ଉପସ୍ଥିତ ଶତାଧିକ ମହିଳା ପ୍ରକାଶ କରିଥିଲେ ଯେ ଏହି କେନ୍ଦ୍ରରେ ଶିଶୁ ମାନଙ୍କୁ କେବେ ବି ସକାଳ ଜଳଖିଆ ଦିଆ ଯାଉ ନଥିବା ବେଳେ ଦୀର୍ଘ ଦିନ ହେଵ ଏଠାରେ ରୋଷେଇ ହେଉନାହିଁ କି ଗରମ ରନ୍ଧା ଖାଦ୍ୟ ଦିଆ ଯାଉ ନାହିଁ। ଗର୍ଭବତି, ପ୍ରସୂତି ଏବଂ କୁମାରୀ କନ୍ୟା ମାନଙ୍କ ପାଇଁ ଆସୁଥିବା ଅଣ୍ଡା, ଛତୁଆ, ମୁଢ଼ି, ଭଜା ସୋଲା ଓ ବାଦାମ ଲଡୁ ପ୍ରଭୃତି ସଠିକ୍ ସମୟରେ, ସଠିକ୍ ପରିମାଣର ପ୍ରଦାନ କରାଯାଉ ନାହିଁ। ରୋଷେଇ ନ ହେବା ଅଭିଯୋଗର ଉତ୍ତରରେ ଅଙ୍ଗନୱାଡ଼ି କର୍ମି କହୁଥିଲେ କି ସ୍କୁଲ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରୁ ତାଲା ଭାଙ୍ଗି ଗ୍ୟାସ ଟାଙ୍କି ଓ ରୋଷେଇ ଉପକରଣ ବାରମ୍ବାର ଚୋରି ହେବାରୁ ମୁଁ ଏଠାରେ ରୋଷେଇ ବନ୍ଦ କରିଛି। ଏଠାରେ ପ୍ରଶ୍ନ ଉଠେ ରୋଷେଇ ଯଦି ବନ୍ଦ ଅଛି ତେବେ ବିଭାଗ ପକ୍ଷରୁ ଗ୍ୟାସ ପାଇଁ ଆସୁଥିବା ଅର୍ଥ କାହିଁକି ଉଠାଣ କରାଯାଉଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ କେନ୍ଦ୍ରରେ ରୋଷେଇ ହେଉ ନଥିବା ବେଳେ ସ୍କୁଲର ପାଚିକାଙ୍କ ବଦଳିଆ ଭାବେ ରୋଷେଇ କରୁଛନ୍ତି ଅଙ୍ଗନୱାଡ଼ି ସହାୟିକା । ତଦନ୍ତ ସମୟରେ କେନ୍ଦ୍ରର ବଣ୍ଟନ ଖାତାରେ ହିତାଧିକାରୀଙ୍କ ନାମ ରହିଥିବା ବେଳେ ପିତା ବା ସ୍ଵାମୀଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ କିମ୍ୱା ପରିମାଣ ମଧ୍ୟ ଲେଖାଯାଇ ନାହିଁ। ଏହି ଘଟଣାର ସଠିକ୍ ତଦନ୍ତ କରି ଉଚିତ୍ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଅନଶନରେ ବସିବେ ବୋଲି ସାଗରିକା ନାୟକ, ମନସ୍ଵିନୀ ଧଳ, ସୁନୀତା ଧଳ, ଝୁମୁରି ମଲିକ, ଇତି ମଲିକ, ମାନସୀ ଧଳ, ମାଳବିକା ଧଳ, ହେମଲତା ଧଳ ଓ ପ୍ରସାନ୍ତ ଧଳ, ବିବେକାନନ୍ଦ ଧଳ, ଦୀପକ କୁଣ୍ଡୁ, ମହେଶ୍ବର ମଲିକ, ଧରଣୀ ମଲିକ ପ୍ରମୁଖ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।