ବିଦେଶୀ ମଦ ସହ ଜଣଙ୍କୁ ଗିରଫ୍ କଲା ଚମାଖଣ୍ଡି ଥାନା ପୋଲିସ୍
ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକୁଡିବନ୍ଧ ଛକ ଠାରେ ଏକ ପିକଅପ୍ ଭ୍ୟାନ ରୁ ୨୨୦ କାର୍ଟୁନ ବିଦେଶୀ ମଦ ଜବତ କଲା ଚମାଖଣ୍ଡି ଥାନା ପୋଲିସ୍ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରରେ ଏକ ପିକଅପ୍ ଭ୍ୟାନ ଯୋଗେ କନିଷିରୁ ଛତ୍ରପୁରକୁ ବିଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ ଚମାଖଣ୍ଡି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ଜଗନ୍ନାଥପୁର ବିଟ୍ ହାଉସ୍ ଅଧିକାରୀ ଅରୁଣ କୁମାର ରାଉତ ଙ୍କ ସମେତ ବହୁ କର୍ମଚାରୀ ପିକଅପ୍ ଭ୍ୟାନ କୁ ଅଟକାଇ ସେଥିରେ ଥିବା ୨୦୫୨ ଲିଟର ବିଦେଶୀ ମଦ ଜବତ କରିବା ସହ ଡ୍ରାଇଭର ସନ୍ତୋଷ ପାଢୀଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛନ୍ତି ।


