ବିଦେଶ ରେ ଚମକିଲେ ଓଡିଆ ଝିଅ
(ଯୁଗାବ୍ଦ ନ୍ୟୁଜ )ଦୁବାଇରେ ଆୟୋଜିତ ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ରେ ପୁଣି ବାଜିମାତ କରିଛନ୍ତି ଓଡିଆ ଝିଅ । ସେମାନେ ହେଲେ ଶ୍ରୀବାଲିଦାସ ପ୍ରିନସେସ କାଟେଗୋରୀରେ ରନର୍ସଅପ ହେଇଛନ୍ତି । ଆଉ ଜଣେ ବିଜେତା ହେଲେ କେ ଆର ସନ୍ତୋଷିନୀ ସେ ଟିନ ବିଭାଗର ଦ୍ୱିତୀୟ ରନର୍ସଅପ ବିଜେତା ହୋଇଛନ୍ତି । ତୃତୀୟ ବିଜେତା ହେଲେ ଲାବଣ୍ୟ ଦାସ ଯିଏକି ଟିନ ବିଭାଗରେ ବିଜେତା ହୋଇଛନ୍ତି । ଏହି ୩ଟି ଓଡିଆ ଝିଅ ଓଡିଶା ଫେସନ ଭିଲ୍ଲା ଗ୍ରୁପ ଦ୍ୱାରା ଭୂବନେଶ୍ୱର ଠାରେ ଆୟୋଜିତ ଜୁନିୟର ଟପ ମଡେଲ ପ୍ରତିଯୋଗିତରେ ଉର୍ତ୍ତିର୍ଣ୍ଣ ହୋଇ ଜାତୀୟ ଜୁନିଅର ଟପ ମଡେଲ ରେ ପ୍ରତିଯୋଗିତା ଭାଗନେଇ ସେଥିରୁ ଯୋଗ୍ୟ ବିବେଚିତ ହୋଇ ଦୁବାଇଠାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।


