ବିଦ୍ୟାର୍ଥୀ ର ପ୍ରତିଟି କାମ ଦେଶ ପାଇଁ ସମର୍ପିତ ହେଉ
ଗଞ୍ଜାମ -ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଉପଦେଷ୍ଟା ତଥା ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ବିଦ୍ୟାର୍ଥୀ ଙ୍କୁ ପ୍ରତିକୂଳ ଓ ପ୍ରତିଦ୍ବନ୍ଦିତା ମଧରେ ଲଢ଼ିବା ର ଶିକ୍ଷା ଦିଆଯାଉ । ଯେପରି ପ୍ରତି କୁଳ ପରିସ୍ଥିତି ରେ ଲଢ଼ି ପାରିବେ । ସେମାନ ଙ୍କୁ ଚରିତ୍ର ଗଠନ, ମହାମୁନିସି ମାନଙ୍କ ପାଠ ପଢ଼ାଇବା ସହ ସେମାନଙ୍କର ପ୍ରତିଟି କାମ ଦେଶ ପାଇଁ ସମର୍ପିତ ହେଉ ବୋଲି କହିଥିଲେ । ମୁଖ୍ୟ ଅତିଥି ରୂପେ ଗ୍ରାସୀମ ଇଣ୍ଡୋଷ୍ଟିଜ ର ୟୁନିଟ ମୁଖ୍ୟ ଶଶାଙ୍କ ଶେଖର ପାରିକ ଯୋଗ ଦେଇ ନିଜକୁ ଦୁର୍ବଳ ନଭାବି , ଇଛା ଶକ୍ତି ଓ ଦୃଢ଼ସଂକଳ୍ପ ନେଇ ଆନ୍ତଃନିହିତ ଗୁଣକୁ ଜାଣି ତାକୁ କ।ର୍ଯ୍ୟରେ ବିନିଯୋଗ କଲେ ସଫଳତା ମିଳିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ସନ୍ଧ୍ୟା ବତୀ ପ୍ରଧାନ ଯୋଗ ଦେଇ ଶିଶୁମାନଙ୍କ ଅଧିକାରକୁ କିପରି ସୁରକ୍ଷିତ କରାଯାଇପାରିବ ସେନେଇ ଅଭିଭାବକ, ଶିକ୍ଷାୟତନ, ଧ୍ୟାନ ଦେବା ଦରକାର । ସେଥି ପାଇଁ ଜାତିସଙ୍ଘ ଠାରୁ ଆରମ୍ଭ କରି ଦେଶ,ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉଥିବା କହିଥିଲେ । ଅନ୍ୟତମ ବକ୍ତା ରୂପେ ଡିଏସପି ଉତ୍କଳ କେଶରୀ ଦାସ ଯୋଗ ଦେଇ ସମୟ ପରିବର୍ତ୍ତନ ଶୀଳ ଏହାକୁ ସଂମ୍ମାନ ଦେଇ ଏହା ସହ ଖାଅ ଖୋଇ ଚାଲିବାକୁ କହିଥିଲେ । ସଂମ୍ମାନ ଅତିଥି ରୂପେ ପୁର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥ ପାହାନ, ଶିକ୍ଷାବିତ ବାନମ୍ବର ପଲେଇ, ଗ୍ରାସୀମ ଇଣ୍ଡୋଷ୍ଟିଜ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ପୁର୍ବତନ ସରପଞ୍ଚ କେଦାର ସ୍ବାଇଁ, ପୁର୍ବତନ ଅଧ୍ୟକ୍ଷ ସୁବସ ଚନ୍ଦ୍ର ପଣ୍ଡା, ସେଟାକ୍ସ ଅଧିକାରୀ ସ୍ୱାର୍ଥକ ନାୟକ, ପ୍ରମୁଖ ଯୋଗଦେଇ ଥିଲେ । ବିଦ୍ୟାଳୟ ର ପ୍ରତିଷ୍ଠାତା ପୂର୍ଣ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧ।ନଆଚ।ର୍ଯ୍ୟ ସସ୍ମିତା ମହାରଥୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାମନ୍ଦିର ର ସମ୍ପାଦକ ରଞ୍ଜନ କୁମାର ନହାକ । ଏହିଅବସରରେ ଶ୍ରେଷ୍ଠ ଶିକ୍ଷକ ରୂପେ ଯଜ୍ଞଦତ୍ତ ନାୟକ, ଭଲ ଛାତ୍ରୀ ଇତିଶ୍ରୀ ନାୟକ, ଭଲ ଅଭିଭାବକ ରୂପେ ସଞ୍ଜୟ ନାହାକ, ବିରିଜା ନାହାକ, ପୁଷ୍ପାଞ୍ଜଳି ନାହାକ, ଶର୍ମିଳା ପଲେଇ ଙ୍କ ସମେତ ବିଭିନ୍ନ କୃତି ପ୍ରତିଯୋଗୀ ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ଶେଷରେ ବିଦ୍ୟାର୍ଥୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।