ବିଦ୍ୟାର୍ଥୀ ଶିବିର ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକ ଗୀତା ଭବନ ଠାରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଦିନିକିଆ ବିଦ୍ୟାର୍ଥୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥି ରେ ଧାମନଗର, ଭଣ୍ଡାରିପୋଖରୀ, ବାସୁଦେବପୁର, ତିହିଡି ପ୍ରମୁଖ ବ୍ଲକରୁ ପ୍ରାୟ ୫୦ଜଣ ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ଏହାଛଡା ଭଦ୍ରକ ସହର ଓ ଗ୍ରାମାଞ୍ଚଳରୁ ମଧ୍ୟ ଅନେକ ବିଦ୍ୟାର୍ଥୀ ଉକ୍ତ ବୈଦିକ ଅନୁଷ୍ଠାନରେ ଯୋଗଦେଇ ବିଭିନ୍ନ ବିଦ୍ୟା ଗ୍ରହଣ କରିଥିଲେ । ବିଶେଷ କରି ଏଥିରେ ଯୋଗ, ବେଦାନ୍ତ ଓ ବିଭିନ୍ନ ଶାସ୍ତ୍ର ପଠନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା । ଏହାଛଡା ବିଦ୍ୟାଳୟରେ କେଉଁଭଳି ସଠିକ ଜ୍ଞାନ ଆହରଣ କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଅନୁଷ୍ଠିତ ଶିବିରକୁ ଦୈତାରୀ ପଣ୍ଡା, ଜିତେନ୍ଦ୍ର ନାୟକ, ଅଶୋକ କୁମାର ମିଶ୍ର, ଅମରିଶ ମହାନ୍ତି, ଚନ୍ଦନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।


