ବିଦ୍ୟାଳୟକୁ ଅନୁପ୍ରବେଶ କରି ତିନି ଯୁବକ ଅଟକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଦ୍ୟାଳୟ ଭିତରକୁ ଅନୁପ୍ରବେଶ କରି ତିନିଜଣ ଯୁବକ ଥାନାରେ ଅଟକ ଥିବା ଜଣା ଯାଇଛି। ସୂଚନା ରୁ ଜଣାଯାଇଛି ଯେ ଆଜି ମଧ୍ୟାନ୍ନ ରେ ତିନିଜଣ ଯୁବକ ନିକଟସ୍ଥ ଏକ ବିଦ୍ୟାଳୟ କୁ ଅନୁପ୍ରବେଶ କରି ଛାତ୍ରୀ ମାନଙ୍କୁ ଇଆଡୁ ସିଆଡୁ ପ୍ରଶ୍ନ କରିଥିଲେ। ଏନେଇ କିଛି ଛାତ୍ରୀ ଶିକ୍ଷକ ଙ୍କୁ ଜଣାଇବାରୁ ଯୁବକ ମାନେ ଦୌଡ଼ି ପଳାଉଥିବା ସମୟରେ ସ୍ଥାନୀୟ ଲୋକମାନେ ଜଣକୁ କାବୁ କରିନେଇଥିଲେ। ଯୁବକ ଜଣକ ନିଜର ଭିନ୍ନ ଭିନ୍ନ ଠିକଣା ଦେବାରୁ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଲୋକଙ୍କ ଚାପରେ ଯୁବକ ଜଣକ ଅନ୍ୟ ସାଥି ଦୁଇଜଣଙ୍କୁ ଡାକିବାରୁ ସେମାନେ ଆସିଥିଲେ। ସେମାନଙ୍କ କଥାବାର୍ତ୍ତା ରେ ସନ୍ଦେହ ହେବାରୁ ସେମାନଙ୍କୁ ସୋ ସୋ ପୁଲିସ ଜିମା ଦିଆଯାଇଛି। ପୁଲିସ ସେମାନଙ୍କୁ ଅଟକ ରଖି ସେମାନଙ୍କ ପରିବାର ଲୋକଙ୍କୁ ଡକାଇଥିବା ଜଣାଯାଇଛି। ଯୁବକ ମାନଙ୍କ ଭିତରୁ ଦୁଇଜଣଙ୍କ ଘର ଭଦ୍ରକ ଜିଲ୍ଲା ବାଉଦପୁର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ବୋଲି ଜଣାଯାଇଛି।