ବିଦ୍ୟାଳୟକୁ ସବୁଦିନିଆ ରାସ୍ତା ନାହିଁ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତର ଚକିପଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ରାସ୍ତା ନଥିବା ନେଇ ସୋମବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।ସୂଚନା ପ୍ରକାରେ ଏହି ବିଦ୍ୟାଳୟକୁ ଯାତାୟତ ସକାଶେ ପକ୍କା ରାସ୍ତା ଟିଏ ନାହିଁ। ଛାତ୍ରଛାତ୍ରୀ ମାନେ ଏକ ପୋଖରୀ ହିଡ଼ ଅତିକ୍ରମ କରି ବିଦ୍ୟାଳୟକୁ ଯିବାଆସିବା କରିଥାନ୍ତି । ବିଦ୍ୟାଳୟରେ ପାଠ ପଢୁଥିବା ୪୩ ଛାତ୍ରଛାତ୍ରୀ ଙ୍କୁ ଅଧ୍ଯୟନ କରିବା ନିମନ୍ତେ ୨ ଜଣ ଶିକ୍ଷକ  ନିଯୁକ୍ତ ହୋଇଛନ୍ତି । ସମସ୍ତେ ଅତ୍ଯନ୍ତ ବିପଜ୍ଜନକ ଭାବରେ ମାତ୍ର ୫ଫୁଟ ଓସାରର ପାଣି କାଦୁଅ ଭର୍ତ୍ତି  ପୋଖରୀ ହିଡରେ ଜୀବନକୁ ବାଜି ଲଗାଇ ଯିବା ଆସିବା କରନ୍ତି। ରାସ୍ତାର ଗୋଟିଏ ପାର୍ଶ୍ଵରେ ନାଳ ଓ ଅନ୍ୟ ପାର୍ଶ୍ଵରେ ଜଳଭର୍ତ୍ତି ପୋଖରୀ । ଏଣୁ  କୌଣସି ସମୟରେ ଅସାବଧାନତା ହେଲେ କିଛି ବି ଅଘଟଣ ଘଟିବା ଆଶଙ୍କା ରହିଛି । ଏଣୁ ପକ୍କା ରାସ୍ତା ଓ ରାସ୍ତା କୁ ସଂଯୋଗୀକରଣ ପାଇଁ କଲଭର୍ଟ  ଏବଂ ଏକ ସୁଦୀର୍ଘ ଗାର୍ଡୱାଲ ନିର୍ମାଣ କରାଯିବା  ସହ ସ୍କୁଲ କୁ ପକ୍କାରାସ୍ତା ନିର୍ମାଣ ପାଇଁ ଆଇନଜୀବୀ ଅନନ୍ତ ମହାନ୍ତି ସୋମବାର ବ୍ରହ୍ମପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରେ ଦରଖାସ୍ତ ଦାଖଲ କରିଛନ୍ତି। ଏହି ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀ ବୃନ୍ଦ ପ୍ରତିଶୃତି ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ