ଉଦ୍ଘାଟନ ଅପେକ୍ଷାରେ ମହାରାଜା ମାର୍କେଟ କପ୍ଲେକ୍ସ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ଫରେଷ୍ଟ ଛକ ଠାରେ ନିର୍ମିତ ହୋଇଥିବା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମାର୍କେଟ କମ୍ପ୍ଲେକ୍ସ ଖୁବ୍ ଶୀଘ୍ର ଉଦ୍ଘାଟନ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ମାର୍କେଟ କଂପ୍ଲେକ୍ସ ନିର୍ମିତ ହେଇଥିବା ସ୍ଥାନରେ ବହୁ ବର୍ଷ ଧରି ଉଠା ଦୋକାନୀ ମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ। ଦୁଇ ବର୍ଷ ପୂର୍ବେ କାଶୀନଗର କାର୍ଯୟନିର୍ବାହୀ ଅଧିକାରୀ ଡ ସତ୍ୟ ସମ୍ପୂର୍ଣ୍ଣ ରାଉତଙ୍କ ପ୍ରୋଚେଷ୍ଟରେ ଏହି ଉଠା ଦୋକାନୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ନିଶ୍ଚିତ ପ୍ରତିଶ୍ରୁତି ଦେଇ ସ୍ଥାନ ଖାଲି କରାଯାଇ ଥିଲା। ବର୍ତ୍ତମାନ ଏହି କମ୍ପ୍ଲେକ୍ସ ବହୁ ବାଦ ବିବାଦ ର ସମ୍ମୁଖୀନ ହୋଇ ସବୁ କାମ ଶେଷ ହୋଇଛି। ଆଗରୁ ବଞ୍ଚୁଥିବା ଓ ବିସ୍ଥାପିତ ହୋଇ ଥିବା
ଉଠା ଦୋକାନୀ ମାନେ ଅଗ୍ରାଧିକାର ଭିତ୍ତିରେ ଏହି କମ୍ପ୍ଲେକ୍ସରୁ ଖଣ୍ଡେ ରୁମ୍ ନେବା ପାଇଁ କେବିନ୍ ଉଠା ଦୋକାନୀ ମହା ସଂଘ ଦାବୀ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ