ବିଦ୍ୟାଳୟରେ ପିଲାଙ୍କ ପ୍ରବେଶକୁ ବାରଣ କରିବାରୁ ତିନି ଘଣ୍ଟା ଧରି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରିଲେ ଅବିଭାବକ

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ହେଲେ ପ୍ରଶାସନର ଅବହେଳା ଯୋଗୁଁ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ରସାତଳ ଗାମୀ ହେବାରେ ଲାଗିଛି। ସ୍ଥାନୀୟ ବ୍ଲକର ମୋହନା ପଞ୍ଚାୟତରେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ରହିଥିବା ବେଳେ ଏଠି ପଛୁଆ ବର୍ଗ କିମ୍ବା ଗ୍ରାମର  ପିଲାଙ୍କୁ ପ୍ରବେଶ କରାଯାଉନି । ସେହିଭଳି ବିମଳା ବାଳିକା ବିଦ୍ୟାଳୟରେ ମଧ୍ୟ ଗ୍ରାମର ପିଲାଙ୍କୁ ମଧ୍ୟ ପାଠ ପଢିବାର ସୁଯୋଗ ଦିଆଯାଉନି । ସେହିପରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଗ୍ରାମର ପିଲାଙ୍କୁ ପାଠ ପଢିବାର ସୁଯୋଗ ମିଳୁନି । ସିଧା ସଳଖ ମନା କରୁଛନ୍ତି ଶିକ୍ଷକ । କାରଣ ପିଲାଙ୍କ ପାଇଁ ଆବଶ୍ୟକ ଚେର ଟେବୁଲ ସମ ପରିମାଣରେ ରହିଛି । ଆଉ ନ ଥିବାରୁ ପିଲା ଙ୍କୁ ରଖା ଯିବନାହିଁ । ଏଭଳି ବିଦ୍ୟାଳୟ କର୍ତ୍ତୁପକ୍ଷ କହିବାରୁ ମୋହନା ଗ୍ରାମର ଛାତ୍ର ଛାତ୍ରୀଙ୍କ ଅବିଭାବକ ମାନେ ଗୁରୁବାର ଦିନ ନିରାଶ ହୋଇ ଶେଷରେ ମୋହନା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତିନି ଘଣ୍ଟା ଧରି ଧାରଣ ଦେଇଥିଲେ । ଶେଷରେ  ଶିକ୍ଷା ଅଧିକାରୀ ଆସି କହିଥିଲେ ତୁରନ୍ତ ଦୁଇ ଦିନ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ବନ୍ଦୋବସ୍ତ କରାଯିବ । ଏହା କହିବା ପରେ ଅବିଭାଵକ ମାନେ ଧାରଣାରୁ ହଟିଥିଲେ । ଏହି ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଅବିଭାବକ ଓ ଗ୍ରାମବାସୀ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ