ବିଦ୍ୟାଳୟରେ ବନ୍ଧୁ ମିଳନ ଓ ପୋଷାକ ବିତରଣ ଉତ୍ସବ
ବେଲକୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁର ନିକଟ ପଳସପଲ୍ଲୀ କେଶବ ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠା ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ ଓ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସଂଗଠକ ତଥା ଜନନେତା ଏସ. ରାମେଶ୍ୱର ପାତ୍ର , ମାର୍ଗଦର୍ଶକ ଭାବେ ଶିକ୍ଷକ ସୋମନାଥ ସାବତ , ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ସଭାପତି ସୁଦାମ ଗୌଡ , ପୂର୍ବତନ ସଭାପତି ଖଦାଳ ବିଷୋୟୀ , ଗ୍ରାମ ସଭାପତି କାର୍ତ୍ତିକ ବିଷୋୟୀ , ଗ୍ରାମ ସଂପାଦକ ଜଗନ୍ନାଥ ବିଷୋୟୀ , ବିଦ୍ୟାଳୟ ସଭ୍ୟ ବିଦ୍ୟାଧର ପ୍ରଧାନ , ଜନ୍ମେଜୟ ପାଢୀ , ପ୍ରଧାନ ଶିକ୍ଷକ ରଂଜିତ କୁମାର ପାତ୍ର , କୁଲାଙ୍ଗି ଗ୍ରାମ ପଞ୍ଚାୟତ ପ୍ରତିନିଧି ଚତୁର୍ଭୁଜ ତାରିଣୀ ଓ ଅଭିଭାବକ ପ୍ରାଣବନ୍ଧୁ ଦାସ ଯୋଗଦେଇଥିଲେ । ଏହି ଅବସରରେ ପୁରାତନ ଛାତ୍ର ମାନେ ନିଜ ନିଜର ସ୍ମୃତିଚରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ପାଇବାକୁ ହେଲେ ନିଷ୍ଠାର ସହ ବିଦ୍ୟାଧ୍ୟନ ଏବଂ କଠିନ ପରିଶ୍ରମ ହିଁ ଚାବିକାଠି ବୋଲି ଉପଦେଶ ଦେଇଥିଲେ । ଏହି ଅବସରରେ ଶିକ୍ଷାକ୍ଷେତ୍ରରେ ଜୀବନ ସାଧନ ପାଇଁ ଶିକ୍ଷକ ଅଶୋକ କୁମାର ଗୌଡଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ପୁରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।