ବଟେଶ୍ୱର ବାଲିଯାତ୍ରା ଉଦଯାପିତ, ୫୦ ହଜାର ଭକ୍ତ ସମାଗମ
ଗଂଜାମ, (ଯୁଗାବ୍ଦ ନ୍ୟୁଜ): ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ପୀଠ ରେ କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଅନୁଷ୍ଠିତ ବାଲିଯାତ୍ରା ଉଦଯାପିତ ହୋଇଯାଇଛି । ଏହାଦେଖିବା ପାଇଁ ଆଖପାଖ ଅଞ୍ଚଳ ରୁ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା । ଗତକାଲି ସନ୍ଧ୍ୟା ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ , ରାମାୟଣ ନାଟକ, ନାମଯଜ୍ଞ, ଭଜନ ସମାରୋହ, ଆରମ୍ଭ ହୋଇ ଆଜି ଶେଷ ହୋଇଥିଲା । ଏହି ଉପଲକ୍ଷେ ବିଭିନ୍ନ ପ୍ରକାରର ଉଠାଦୋକାନୀ ପଡ଼ିଥିଲା ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ରମ୍ଭା ଆଇ.ଆଇ.ସି କୃଷ୍ଣଚନ୍ଦ୍ର ସେଠୀ, ଓ ହୁମ୍ମା ଫାଣ୍ଡି ଅଧିକାରୀଙ୍କ ତତ୍ୱାବାଧାନରେ ଏକ ପ୍ଲାଟୁନ ପୋଲିସି ଫୋର୍ସ ଜଗିରହିଥିଲା । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥପାହାନ, ବିଜେଡି ବ୍ଲକ ସଭାପତି ଇନ୍ଦ୍ରମଣି ଦଳେଇ, ପ୍ରମୁଖ ବାଲିଯାତ୍ରା ପରିଦର୍ଶନ କରିଥିଲେ । ଏହାକୁ ମନ୍ଦିର ପରିଚାଳନା କମିଟି ସଭାପତି ପିତାମ୍ବର ସ୍ୱାଇଁ, ସଂପାଦକ ରଞ୍ଜିତକୁମାର ପଲେଇ, ଉପଦେଷ୍ଟା ତଥା ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ଉପସଭାପତି ଶବର କୁମାର ତରାଇ, କୋଷଧକ୍ଷ ନିରାକାର ଜେନା, ସଭ୍ୟ ପବିତ୍ର ସ୍ୱାଇଁ ପ୍ରମୂଖ ଙ୍କ ସମେତ ଛଅ ଟି ଗ୍ରାମ ତଥା କଣ୍ଟିଆଗଡ଼, ଖଟୁଆକୁଦା, ନିଳାଦ୍ରୀ ପୁର, ପୋଡମପେଟା, ଗୋଖରକୁଦା, ମୟୂରପଦା, ଗ୍ରାମ ବାସିନ୍ଦା ପରିଚାଳନା କରିଥିଲେ ।


