ବିଦ୍ୟାଳୟରେ ବୃକ୍ଷରୋପଣ କରି ଜନ୍ମଦିନ ପାଳିରେ ଯାତ୍ରା କଳାକାର
ଦଶପଲ୍ଲା, ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଚକ୍ଲେଟ୍ ବାଟିଂ ନିଜର ଜନ୍ମ ଦିନ ପାଳିଛନ୍ତି ଯାତ୍ରା କଳାକାର ହୃଷିକେଶ ମିଶ୍ର । ସେ ବିଭିନ୍ନ ଯାତ୍ରା ପାର୍ଟିରେ ନାୟକ ଭୂମିକାରେ ନିଜର ଅଭିନୟ ପ୍ରଦର୍ଶିତ କରି ଯାତ୍ରାପ୍ରେମୀଙ୍କ ନିକଟତର ହୋଇ ପାରିଥିବା ବେଳେ ପ୍ରତିବର୍ଷ ସେ ଏହିଭଳି ଭାବରେ ବିଭିନ୍ନ ସ୍ଥାନରେ ନିଜର ଜନ୍ମଦିନ ପାଳନ କରୁଥିବା କହିଛନ୍ତି । ଆଜି ସେ ଦଶପଲ୍ଲା ସ୍ଥିତ ବନ୍ଧୁଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ସରିଗଣ୍ଡା ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଏବଂ ନେଳିଗୁଡା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପହଁଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିଛନ୍ତି । ନିଜର ଅଭିନୟ ମାଧ୍ୟମରେ ଗଛକୁ ଭଲ ପାଇବା ସହ ପିତା, ମାତାଙ୍କୁ ଭଲ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ଅବସରପ୍ରାପ୍ତ ବନପାଳ ପ୍ରଫୁଲ୍ଲ କୁମାର ଦାଶଙ୍କ ସହ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।