ଦୁଇ ବାଇକ ମଧ୍ୟରେ ଧକ୍କା, ୧ମୃତ୍ୟୁ

ଦଶପଲ୍ଲା, ଦଶପଲ୍ଲା ଥାନା ଅଧିନସ୍ଥ ଗଣିଆ-ଦଶପଲ୍ଲା ରାସ୍ତାର ଦ୍ୱାରଗାଁ ଛକ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୟାଗଡ ଇଟାମାଟିର ପ୍ରସନ୍ନ କୁମାର ପ୍ରଧାନ । ଆଜି ଅପରାହ୍ନ ପ୍ରାୟ ୨ଟାରେ ପ୍ରସନ୍ନ ଏବଂ ତାଙ୍କର ଜଣେ ସାଥୀ ତାପସ ପ୍ରଧାନ ଏକ ବାଇକ ଯୋଗେ ଗ୍ରାମରୁ ମଧ୍ୟଖଣ୍ଡ ଦେଇ ଦଶପଲ୍ଲା ଆସୁଥିଲେ । ଏହି ସମୟରେ ଦ୍ୱାରଗାଁ ରାସ୍ତାରୁ ଦୁଇ ଜଣ ବାଇକ ଆରୋହୀ ଦ୍ରୁତ ବେଗରେ ପ୍ରସନ୍ନଙ୍କ ବାଇକ ସହ ଧକ୍କା ହୋଇଥିଲେ । ଘଟଣାସ୍ଥଳରେ ପ୍ରସନ୍ନ ଏବଂ ତାପସ ଗରୁରୁତର ହୋଇ ପଡିଥିବା ବେଳେ ଅନ୍ୟ ଦୁଇ ବାଇକ ଆରୋହୀ ଆହତ ଅବସ୍ଥାରେ କେଉଁଆଡେ ପଳାଇ ଯାଇଥିଲେ । ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଁଚି ଉଭୟଙ୍କୁ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଉଭୟଙ୍କୁ ପ୍ରାଥମିକ ଚିକିସô୍ା ପରେ ନୟାଗଡ ସ୍ଥାନାନ୍ତର କରାଯାଇଥିଲା । ନୟାଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସô୍ିତ ଅବସ୍ଥାରେ ପ୍ରସନ୍ନଙ୍କ ମୃତ୍ୟୁ ହୋଇଥିବା ପୁଲିସ ପ୍ରକାଶ କରିଛି । ମାତ୍ର ଘଟଣାସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ କୁ କେଉଁଆଡେ ରଖାଯାଇଥିବା ବେଳେ ପୁଲିସ ଏହାକୁ ଜବତ କରିପାରିନାହିଁ । ଏହାକୁ ନେଇ ପୁଲିସ ତଦନ୍ତ ଚଳାଇଥିବା ବେଳେ ଖୁବଶିଘ୍ର ଦୁର୍ଘଟଣା ଗ୍ରସ୍ତ ବାଇକ ଜବତ କରାଯିବା ସହ ଅନ୍ୟ ଦୁଇ ବାଇକ ଆରୋହୀଙ୍କୁ ଧରାଯିବ ବୋଲି ପୁଲିସ ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ