ବିଦ୍ୟାଳୟରେ ଯୁବକ ସଂଘର ବେଆଇନ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା):ଯୁବକ ସଂଘ କର୍ମକର୍ତ୍ତା ଓ ସଦସ୍ୟମାନେ ଈଶାଣୀ ବିଦ୍ୟାଳୟରେ ବେଆଇନ କାର୍ଯ୍ୟ କରୁଥିବା ନେଇ ଜିଲାପାଳଙ୍କଠାରେ ସୋମାବାରେ ଗ୍ରାମବାସୀମାନେ ଫେରାଦ ହୋଇଛନ୍ତି । ବିଦ୍ୟାଳୟ ନିକଟରେ ଯୁବକ ସଂଖ ଘର ଥିବା ବେଳେ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡାକବାଜି ଯନ୍ତ୍ର ବଜାଇବା ଦ୍ୱାରା ସ୍ଥାନୀୟ ଅଂଚଳରେ ଶାନ୍ତି ଭଙ୍ଗ ହେଉଥିବା ଗ୍ରାମବାସୀମାନେ କହିଛନ୍ତି । ସେହିଭଳି ସ୍କୁଲ ପୋଖରୀରୁ ମାଛ ବିକ୍ରି କରିବା, ବିଦ୍ୟାଳୟ ହତାରୁ ବହୁ ମୂଲବାନ ଗଛକୁ କାଟି ବିକ୍ରି କରିବା ଓ ସ୍କୁଲ ପରିସରରୁ ମାଟି ଉତ୍ତୋଳନ ସହ ବିକ୍ରୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଯୁବକମାନଙ୍କ ବେଆଇନ କାର୍ଯ୍ୟଧାରାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭୟରେ ଅଭିଯୋଗ କରୁ ନଥିବା ବେଳେ ଏହାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଶ୍ରୀକାନ୍ତ ୍କୁମାର ଦାସ, ଶରତ ଚନ୍ଦ୍ର ବେହେରା, ଶୁକୁରା ସିଂ, ଅଜିତ କୁମାର ଦାସ, ଜୀବନ ନାୟକ, ସୀତା ମନ୍ତ୍ରୀ, ମୀନ ସିଂ, ମଞ୍ଜୁ ନାୟକ, ସଂଜୟ ଦାସ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।