ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁରକ୍ଷା ଦେବାକୁ ଦାବି
କଟକ, (ଯୁଗାବ୍ଦ ନ୍ୟୁଜ) : ଜିଲ୍ଲା ନିଆଳି ବ୍ଲକ ଆମ୍ବପଡ଼ା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କୁ ଜଣେ ଦୁର୍ବୃତ୍ତ କଟୁରୀରେ ହାଣିବା ଘଟଣାକୁ ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଦୃଢ ନିନ୍ଦା କରିବା ସହିତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛି ।
ବିଦ୍ୟାଳୟ ହେଉଛି ବିଦ୍ୟାର ମନ୍ଦିର । ଶିକ୍ଷକ ଶିକ୍ଷୟିତ୍ରୀମାନେ •ପମୁକ୍ତ ହେଲେ ସଠିକ୍ ଶିକ୍ଷାଦାନ କରିପାରିବେ । ଶିକ୍ଷାଦାନ ସଠିକ୍ ହେଲେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ପାଇବା ସହିତ ଗୁଣାତ୍ମକ ଶିକ୍ଷା ହୋଇପାରିବ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ପଶି ଆକ୍ରମଣ କରିବା ଆଦୌ ଗ୍ରହଣୀୟ ନୁହେଁ । ଶିକ୍ଷା ଅଧିକାର ଆଇନ୍ ୨୦୧୦କୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉ ନାହିଁ । ଆଇନ୍ ଅନୁଯାୟୀ ବିଦ୍ୟାଳୟ ଗୃହ ଓ ପାଚେରୀ ନିର୍ମାଣ କରାଯାଇ ନାହିଁ । ଶିକ୍ଷା ଅଧିକାର ଆଇନ୍ରେ ପ୍ରତି ବିଦ୍ୟାଳୟରେ କିରାଣୀ, ପିଅନ ଓ ଜଗୁଆଳି ନିଯୁକ୍ତି ହେବା ପାଇଁ ଉଲ୍ଲେଖ ଥିବାବେଳେ ସରକାର ନିୟୋଜିତ କରୁନାହାଁନ୍ତି । ଯାହାଫଳରେ ବିଦ୍ୟାଳୟକୁ ଅନେକ ଦୁର୍ବୃତ୍ତ ଅନୁପ୍ରବେଶ କରୁଛନ୍ତି । ଆଜି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପରେ ଆକ୍ରମଣ ହେଉଛି, ଆଗାମୀ ଦିନରେ କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ହେଲେ କିଏ ଦାୟୀ ରହିବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ତେଣୁ ଏଭଳି ଘଟଣା ପାଇଁ ସରକାର ନିଜେ ଦାୟୀ ବୋଲି ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ କହିଛନ୍ତି । ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମ•ରୀ ଓ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦେବାକୁ ଦାବି କରାଯାଇଛି । ତୁରନ୍ତ ସରକାର ବିଦ୍ୟାଳୟର ସୁରକ୍ଷା ପାଇଁ ସମସ୍ତ ବିଦ୍ୟାଳୟରେ ପାଚେରୀ ନିର୍ମାଣ କରିବା ସହିତ ଜଗୁଆଳି ଓ ପିଅନ ନିଯୁକ୍ତ କରନ୍ତୁ । ସରକାର ବିଦ୍ୟାଳୟ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଉଚିତ ସୁରକ୍ଷା ପ୍ରଦାନ ନକଲେ ଆଗାମୀ ଦିନରେ ବାଧ୍ୟ ହୋଇ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।