ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ କାଦବରାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସହିତ ଓଡିଶା ମିଲେଟ୍ସ ପ୍ରତିଯୋଗିତା ଓ ଶିକ୍ଷା ପାଇଁ ପୋଷଣ ସମ୍ପର୍କୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ବଡବର୍ଚ୍ଚିକୟାଁ ସରପଞ୍ଚ ପୁଷ୍ପାଞ୍ଜଳୀ ସ୍ୱାଇଁ ଉଦ୍‌ଘାଟନ କରିଥିଲେ । ଏଥିରେ ସମିତି ସଭ୍ୟ ସନ୍ତୋଷ କୁମାର ପହି, ସମିତି ସଭ୍ୟା ଦୀପାରାଣୀ ଜେନା, ବାଙ୍କତୀରା ଉପ୍ରା ବିଦ୍ୟାଳୟର ଶିକ୍ଷକ ବ୍ରହ୍ମାନନ୍ଦ ଭୂୟାଁ, ପୂର୍ବତନ ସିଆରସିସି ରାମ ଚନ୍ଦ୍ର ଜେନା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଶୋକ ଦାସ, ସୁରେନ୍ଦ୍ର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ବିପିନ ବିହାରୀ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅଲଓଷ୍ଟାର ରାଜ୍ୟ ସମ୍ପାଦକ ପ୍ରଣୟ କୁମାର ସିଂହଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଗୋପିନାଥ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁଶାନ୍ତ କୁମାର ମହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ନୃତ୍ୟ, ସଙ୍ଗୀତ, କୁଇଜ୍‌, ଚିତ୍ରାଙ୍କନ, ଶ୍ରୁତଲିଖନ ପ୍ରତିଯୋଗିତାରେ ୧୨ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଆପ୍ତିରା ଉପ୍ରା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ । ସେହିପରି କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀ ଶେଖର କରଶର୍ମା ସଭାପତିତ୍ତ୍ୱ କରିଥିଲେ । ଏଥିରେ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଆଲୁମିନି କମିଟିର ସଭାପତି କିଶୋର ଚନ୍ଦ୍ର ଦାଶ, କ୍ଲଷ୍ଟର ସଂଯୋଜକ ଶୁଭ୍ର ପ୍ରକାଶ ରାଉଳ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ତରଣିସେନ୍ ଜେନା ଅତିଥି ପରିଚୟ ଓ ମଣିଭଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ୧୩ ବିଦ୍ୟାଳୟର ୧୦୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମିନତୀ ଦୀକ୍ଷିତ, ମନସ୍ୱିନୀ ପାଢୀ, ଶାଶ୍ୱତୀ ପାଣିଗ୍ରାହୀ, ଋଷିକଲ୍ୟାଣୀ ସେଠୀ, ରଞ୍ଜିତା ମଲ୍ଲିକ, ଶୁଭଶ୍ରୀ ପତି, ସୁଚିତ୍ରା କିସ୍କୁ, ଶିକ୍ଷକ ଅଭୟ କୁମାର ସାହୁ, ତାପସ କୁମାର ନାୟକ, ଶୁଭ୍ରାଂଶୁ ଶିଅଳ, ଶ୍ୟାମସୁନ୍ଦର ସେଠୀ, ଲଳିତ ନାୟକ, ଅଜୟ ସେଠୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ