ବିଦ୍ୟାଳୟ ନିରାପତ୍ତା ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ ନିରାପତ୍ତା ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରହିତ ରୂପେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ବିପର୍ଯ୍ୟୟ ସମୟରେ ପିଲାମାନେ କିପରି ବିଦ୍ୟାଳୟ ଏବଂ ଛାତ୍ରାବାସରେ ସୁରକ୍ଷିତ ରହିବେ ଏବଂ ସତର୍କତା ପାଇଁ ଆଗୁଆ କଣ କଣ ପଦକ୍ଷେପ ନିଆଯାଇପାରିବ ତାହାରି ଉପରେ ଆଲୋକପାତ କରିଥିଲେ । ଏହା ସହିତ କୌଣସି ଧନଜୀବନ କିପରି କ୍ଷତି ନହେବ ସେଥିପାଇଁ ସମସ୍ତ ଶିକ୍ଷକଙ୍କୁ ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ଯୋଗଦେଇ ଶିକ୍ଷକମାନଙ୍କ ଭୂମିକା ବିପର୍ଯ୍ୟ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିବା ସହ ନିର୍ଦ୍ଧିଷ୍ଟ ବାବେ ପିଲାମାନଙ୍କର ସୁରକ୍ଷା ଶିକ୍ଷକମାନଙ୍କ ଉପରେ ନ୍ୟସ୍ଥ ଥିବା କଥା କହି ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାଲାଗି କହିଥିଲେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ଆସିଥିବା ପ୍ରଶିକ୍ଷକ ଲକ୍ଷ୍ମୀନାରାୟଣ ନାୟକ, ସାନ୍ତନୁ କୁମାର ଠାକୁର ପ୍ରମୁଖ ଯୋଗଦେଇ ବିପର୍ଯ୍ୟୟ ପୂର୍ବରୁ ସମୟରେ ଏବଂ ପରେ କିପରି ନିଜେ ସଜାଗ ରହିବା ସହ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ କିପରି ନିଜ ଗୁରୁଦାୟିତ୍ୱ ତୁଲାଇବେ ତାହା ଉପରେ ଆଲୋକପାତ କରିଥିଲେ । ଏହି ପ୍ରଶିକ୍ଷଣରେ ଭାଗ ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆଠଟି ଗ୍ରୁପରେ ଭଗକରି ବିପର୍ଯ୍ୟୟର ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରି ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସରୋଜ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ