ବିଦ୍ୟାଳୟ ନ ଉଠାଇବା ପାଇଁ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତର ସୁନ୍ଦରପଙ୍କା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଦାବି କରି ବିଦ୍ୟାଳୟ ଶିକ୍ଷା କମିଟି ଓ ଗ୍ରାମବାସୀମାନେ ଲିଖିତ ଭାବେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାରିଙ୍ଗବାଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପ୍ରକାରେ, ବିଦ୍ୟାଳୟ ଉଠିଯିବା ଦ୍ୱାରା ଗ୍ରାମରେ ଥିବା ପିଲାମାନେ ପାଠ ପଢାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଉକ୍ତ ବିଦ୍ୟାଳୟ ବନ୍ଦ ହୋଇଗଲେ ଗ୍ରାମଠାରୁ ୬ କିଲୋମିଟର ଦୂରରେ ଥିବା ମେରାମାହା ଗ୍ରାମକୁ ଯିବାକୁ ପଡ଼ିବ । ୬ କିଲୋମିଟର ରାସ୍ତା ମଧ୍ୟରେ ଜଙ୍ଗଲ ଓ ନଦୀ ପାର ହୋଇ ଯିବାକୁ ପଡ଼ିବ। ଯାହାକୁ ପିଲାଙ୍କ ପାଇଁ ଅସମ୍ଭବ। ଏଣୁ ସୁନ୍ଦରପଙ୍ଗା ବିଦ୍ୟାଳୟକୁ ନ ଉଠାଇବାକୁ ଦାବି କରି କମିଟି ସଭାପତି ସରୋଜ କାର୍ଜି ମାଝୀ , ବ୍ରାହ୍ମଣୀଗାଁର ପୂର୍ବତନ ସରପଂଚ ନଲମତି ମଲିକ ଓ ଗ୍ରାମବାସୀମାନେ ଦାବି କରିଛନ୍ତି।


