ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଏଆଇଡ଼ିଏସଓ ପକ୍ଷରୁ ପ୍ରତିବାଦ

ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଦାବିପତ୍ର ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଅଲ ଇଣ୍ଡିଆ ଡ଼ିଏସଓ ପକ୍ଷରୁ ସୋମବାର ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶଙ୍କ ଉଦ୍ଦ୍ୟେଶରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଭ୍‌କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୪୦ରୁ କମ୍ ଶିକ୍ଷାର୍ଥ ରହିଥିଲେ ୧କିଲୋମିଟର ମଧ୍ୟରେ ରହିଥିବା ଅନ୍ୟ ବିଦ୍ୟାଳୟରେ ମିଶ୍ରର କରାଯିବା ସହ ଉଚ୍ଚ ବିଦ୍ୟାଳୟ ସ୍ତରରେ ୬୦ରୁ କମ୍ ଶିକ୍ଷାର୍ଥୀ ରହିଥିଲେ ୩କିଲୋମିଟର ମଧ୍ୟରେ ରହିଥିବା ଅନ୍ୟ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ କରାଯିବା । ଏହି ପରିପ୍ରେକ୍ଷୀରେ ରାଜ୍ୟର୧୪ ହଜାର ୩୭୯, ଗଞ୍ଜାମ ଜିଲ୍ଲାର ୪୩୩ ଓ ହିଞ୍ଜିଳିକାଟୁ ବ୍ଳକର ୮ଟି ବିଦ୍ୟାଳୟ ବନ୍ଦ ହେବା ସହ ନିକଟସ୍ଥ ଅଂଚଳର ବିଦ୍ୟାଳୟ ସହ ମିଶ୍ରଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ଥାନୀୟ ବ୍ଳକ ଶିଳାପଲ୍ଲୀ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ୨୪ ଜଣ ଶିକ୍ଷାର୍ଥୀ ଅଧ୍ୟୟନ କରୁଥିବା ବେଳେ ସଂପୃକ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଗଲେ ସଂପୃକ୍ତ ଅଂଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା କରି ଗ୍ରାମର ବହୁ ଅଭିଭାବକ ଓ ଅଲ ଇଣ୍ଡିଆ ଡ଼ିଏସଓ ପକ୍ଷରୁ ସୋମବାର ସ୍ଥାନୀୟ ପୌରାଂଚଳ ବସଷ୍ଟାଣ୍ଡରୁ ଏକ ରାଲିରେ ବାହାରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ସରକାରୀ ବିଦ୍ୟାଳୟ ଗୁଡ଼ିକର ଆବଶ୍ୟକୀୟ ଭିତିଭୂମିର ବିକାଶ, ଆବଶ୍ୟକ ସଂଖ୍ୟକ ଶିକ୍ଷକ ସ୍ଥାୟୀ ଭିତିରେ ନିଯୁକ୍ତି କରିବା ସହ ଶିକ୍ଷାନୁଷ୍ଠାନ ଗୁଡ଼ିକର ଘରୋଇକରଣ ଓ ବ୍ୟବସାୟୀକରଣକୁ ବନ୍ଦ କରିବା ନେଇ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡ଼ିଏସଓ ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ ନିମାଇଁଚରଣ ସାହୁ, ହିଞ୍ଜିଳିକାଟୁ ଆଂଚଳିକ କମିଟି ସମ୍ପାଦକ ନାରାୟଣ ସାହୁ, ବିଭୁତି ଭୂଷଣ ସାହୁ, ସୌମ୍ୟ ରଞ୍ଜନ ଗୌଡ଼, ଅନିଳ ସାହୁ, ଶିଳ୍ପାପଲ୍ଲୀ ବିଦ୍ୟାଳୟ ସୁରକ୍ଷା କମିଟି ସଭାପତି ସୁଶାନ୍ତ ଦାସ, ସୁରେନ୍ଦ୍ର ପ୍ରଧାନ, ବିଦେଶୀ ପ୍ରଧାନ, ସୁକାନ୍ତି ନାୟକ, ନାରୋୟଣ ବେହେରା, ଚିତ୍ରସେନ ପଟ୍ଟନାୟକ, ସାବିତ୍ରି ନାୟକ, ସନ୍ତୋଷ ପଟ୍ଟନାୟକ, ଦିପକ ସାସମଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ