‘ବିଦ୍ୟା ଆଶୀର୍ବାଦ’ ଯୋଜନାରେ ପାରାଦୀପ ବନ୍ଦର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଉପକରଣ ବଂଟନ

ପାରାଦୀପ, (ପୀତବାସ ପ୍ରଧାନ) :-ନିକଟରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ପାରାଦୀପ ବନ୍ଦର ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସମୟରେ ‘ବିଦ୍ୟା ଆଶୀର୍ବାଦ’ ଯୋଜନାର ଉଦ୍‌ଘାଟନ କରିଥିଲେ । ଏହି ଯୋଜନାରେ ପାରାଦୀପ ବନ୍ଦର ଓ ଏହାର ଆଖପାଖ ଅଂଚଳର ବିଭିନ୍ନ ସରକାରୀ ଓ ସ୍ୱୀକୃତିପ୍ରାପ୍ତ ଅବହେଳିତ ବର୍ଗର ସ୍କୁଲ ଛାତ୍ରଛତ୍ରୀଙ୍କୁ ସ୍କୁଲ ବ୍ୟାଗ ବଂଟନ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ଗୁରୁବାର ଦିନ ପାରାଦୀପ ବନ୍ଦର ପକ୍ଷରୁ ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ. ସୋନ୍ଧି ସ୍ଥାନୀୟ ଏନ.ଏ.ସି ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ଉପକରଣ ବଂଟନ କରିଥିଲେ । ଆଗାମୀ ଦିନରେ ଅନ୍ୟାନ୍ୟ ବିଦ୍ୟାଳୟରେ ଏହି ସ୍କୁଲ ଉପକରଣ ବଂଟନ ପ୍ରକ୍ରିୟା ଜାରି ରହିବ ବୋଲି ବନ୍ଦର ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ