ବିଦ୍ୟୁତତାର ସଂଷ୍ପର୍ଶରେ ଗାଈ ମୃତ

ହାଟଡିହି(ଓ୍ବାଇଏନ୍ଏସ୍):ମରୈଗାଁ ପଞ୍ଚାୟତର ତେନ୍ତୁଲିନଣ୍ଡା ଗ୍ରାମରେ ଏୟାରଟେଲ ଟାୱାରରୁ ଛିଣ୍ଡିପଡିଥିବା ଏକ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଗୋଟିଏ ଗାଈର ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛିଯେ ତେନ୍ତୁଲିନଣ୍ଡା ଗାଁରେ ଥିବା ଏକ ଏୟାରଟେଲ ଟାୱାର ନିକଟରେ ଆଜି ଏକ ତାର ଛିଣ୍ଡିପଡିଥିଲା ।ଟାୱାରର ଅପରେଟର ଏହା ଜାଣି ପାରିନଥିଲେ । ଫଳରେ ଜଗନ୍ନାଥ ରାଉତଙ୍କ ଏକ ଗାଈ ଚରିବାକୁ ଯାଇଥିବାବେଳେ ତାର ସଂଷ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା । ସେହି ଖୁଣ୍ଟରୁ ନିକଟସ୍ଥ ଆଉ ଏକ ଜିଓ ଟାୱାରକୁ ବିଦ୍ୟୁତ ସଂଯୋଜ ଦିଆଯାଇଥିବାବେଳେ ଅନେକ ସମୟରେ ଷ୍ପାର୍କିଂ କରି ତାର ଛିଣ୍ଡୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଜଗନ୍ନାଥଙ୍କ ଗାଈଟି ୧୦ଲିଟରରୁ ଉର୍ଦ୍ଧ କ୍ଷୀର ଦେଉଥିବାବେଳେ ଜଗନ୍ନାଥ ସେହି ଆୟରେ ଘର ଚଳାଇଥାନ୍ତି । ତେଣୁ ଏୟାରଟେଲ କର୍ତ୍ତୁପକ୍ଷ ତୁରନ୍ତ ଜଗନ୍ନାଥଙ୍କୁ କ୍ଷତିପୁରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ