ବିଦ୍ୟୁତ୍ ଆଘାତରେ ୨ ଗୁରୁତର

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଜାମିଗାଁରେ ବିଦ୍ୟୁତ୍ ଆଘାତ ଲାଗି ୨ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨ଜଣ ଚିକିତ୍ସିତ ହେଉଛନ୍ତି । ୨ଜଣଙ୍କ ଶରୀରର ଅଧିକାଂଶ ଭାଗ ବିଦ୍ୟୁତ୍ ଆଘାତରେ ପୋଡିଯାଇଛି । ତଥାପି ଏହି ଦୁହେଁ ବିପଦ ମୁକ୍ତ ଥିବା ଡାକ୍ତରଖାନା ସୁତ୍ରରୁ ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଆଜି ସକାଳ ସମୟରେ ଜାମିଗାଁ ଠାରୁ କିଛି ଦୁରରେ ରାସ୍ତା କଡରେ ସେହି ଗ୍ରାମର ଗରିବ ମହିଳା ସୁନୀତା ଲିମା ଘରେ ରୋଷେଇ କରିବା ପାଇଁ ଜାଳେଣି କାଠ ସଂଗ୍ରହ କରୁଥିଲେ । କାଠ ସଂଗ୍ରହ କରି ଫେରୁଥିବା ବେଳେ କୌଣସି ଏକ କାଠ ଉପରେ ରହିଥିବା ସର୍ଭିସ୍ ଲାଇନ୍‌ରେ ଲାଗିଥିଲା । ସର୍ଭିସ୍ ଲାଇନ୍‌ଟି ସେହି ଅଞ୍ଚଳରେ ଅତ୍ୟନ୍ତ ତଳକୁ ରହିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ପ୍ରଥମେ ବିଦ୍ୟୁତ୍ ଆଘାତରେ ସୁନୀତା ଆକୁଳ ଚିତ୍କାର ସକରୁଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଜାମିଗାଁର ଲବ ବୀର ସୁନୀତାକୁ ଏଥିରୁ ଉଦ୍ଦାର କରିବାକୁ ଯାଇଥିଲା । ଏଥିରେ ଉଭୟ ଗୁରୁତର ହୋଇ ଗ୍ରାମବାସୀଙ୍କ ସାହାଯ୍ୟରେ ଉଦ୍ଧାର ପାଇ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ