ବିଦ୍ୟୁତ୍ ଆଘାତରେ ୨ ମୃତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) :ବାଲେଶ୍ୱର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ସୁନହଟ ଅଂଚଳର ଦୁଇ ଜଣ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁୃ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ ରବି ନାରାୟଣ ଦାସଙ୍କ ପୁଅ ସତ୍ୟନାରାୟଣ ଦାସ ଓ ଅନ୍ୟ ଜଣେ ଯୁବକ ଚାନ୍ଦପୁର ଥାନା ହିଡିଗାଁର ନାରାୟଣ ଚନ୍ଦ୍ର ଜେନାଙ୍କ ପୁଅ ପ୍ରଦୀପ୍ତ ଜେନା ( ୨୪) ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଦୁଇ ଜଣ ଯୁବକ ବାଡିରେ ଲାଇନ ଦେଇ ଦେଇ ଯାଇଥିବା ଗଛ କାଟୁଥିଲେ । ହଠାତ୍ ଏହି ସମୟରେ କୌଣସି କାରଣବସତଃ ୧୧ କେ.ଭି. ଲାଇନ ସଂସ୍ପର୍ଶରେ ଆସିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାର ଖବର ପାଇ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅପମୃତ୍ୟି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।