ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଓପିଟିସିଏଲ୍ରେ କାର‌୍ୟ୍ୟରତ ଆଇଟିଆଇ କର୍ମ•ରୀମାନଙ୍କୁ ତୁରନ୍ତ ପଦୋନ୍ନତି, କର୍ମ•ରୀମାନଙ୍କ ପାଇଁ ସଠିକ୍ ନିୟମ ମାନି ସର୍ଭିର୍ସ ରେଗୁଲେସନ କରିବା ଦାବିରେ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘର ସଦସ୍ୟମାନେ ଶହୀଦନଗରସ୍ଥିତ ଓପିଟିସିଏଲ୍ ମୁଖ୍ୟ କାର‌୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଇଟିଆଇ ଟ୍ରେନିଂ ନେଇଥିବା କରୀ କୁଶଳୀ ଶ୍ରେଣୀରେ ଗଣାଯାଉଥିବା ବେଳେ ଓପିଟିସିଏଲ୍ରେ ୭ ବର୍ଷ ହେବ ଆଇଟିଆଇ କର୍ମ•ରୀମାନେ ଅର୍ଦ୍ଧକୁଶଳୀ ଶ୍ରେଣୀରେ କାର‌୍ୟ୍ୟ କରୁଛନ୍ତିି । ବିଦ୍ୟୁତ୍ ବିଭାଗରେ ସଂସ୍କାର ପାଇଁ ଆମୁଳଚୁଳ ପରିବର୍ତ୍ତନ ହେବାର ୨୪ବର୍ଷ ପୁରିଲା ହେଲେ ଏହାର କର୍ମ•ରୀମାନଙ୍କ ପାଇଁ ଗୋଟିଏ ସର୍ଭିସ ରେଗୁଲେସନ ହୋଇପାରିଲା ନାହିଁ । ଓପିଟିସିଏଲ୍ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ୫ଟି ନୀତିକୁ ଅଣଦେଖା କରି କର୍ମ•ରୀଙ୍କ ଭବିଷ୍ୟତକୁ ନେଇ ଖାମଖିଆଲି ନୀତି ଆପଣାଉଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓପିଟିସିଏଲ୍ କର୍ତ୍ତୃପକ୍ଷ ବାରମ୍ବାର ନିଜ ମନ ମୁତାବକ ସଂଗଠନମାନଙ୍କ ସହ ଆଲୋଚନା କରି ପ୍ରକୃତ ଟ୍ରେଡ଼ ୟୁନିୟନକୁ ଅଣଦେଖା କରି ଶ୍ରମିକମାନଙ୍କ ସର୍ବନାଶ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ଯଦି ଓପିଟିସିଏଲ୍ କର୍ତ୍ତୃପକ୍ଷ ତାଳତୁଳ ନୀତି ଅବଲମ୍ବନ କରି ଆଇଟିଆଇ କର୍ମ•ରୀମାନଙ୍କ ସର୍ଭିସ ରେଗୁଲେସନ କରିଦିଅନ୍ତି, ତେବେ ଭବିଷ୍ୟତରେ ଡ଼ିସ୍କମମାନଙ୍କରେ କାର‌୍ୟ୍ୟ କରୁଥିବା ଆଇଟିଆଇ କର୍ମ•ରୀମାନେ ମଧ୍ୟ ଏହାର ପରିଣାମ ଭୋଗିବେ । ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ପକ୍ଷରୁ ଏହାର ପ୍ରତିବାଦରେ ଆନ୍ଦୋଳନାତ୍ମକ ପଦକ୍ଷେପ ସ୍ୱରୂପ ଓପିଟିସିଏଲ୍ ମୁଖ୍ୟ କାର‌୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଧାରଣା କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଛି । ଧାରଣାର ପ୍ରଥମ ଦିନରେ ୩୦୦ରୁ ଉଦ୍ଧ୍ୱର୍ ଓପିଟିସିଏଲ୍ କର୍ମ•ରୀ ଏକତ୍ରିତ ହୋଇ ନାରାବାଜି କରିବା ସହ ଧାରଣାରେ ବସିଥିଲେ । ମହାସଂଘ ପକ୍ଷରୁ ଉପଦେଷ୍ଟା ଶ୍ରୀ ପ୍ରଭାକର ଦାସ ଏବଂ ଶ୍ରୀ କେ.ସି. ସାହୁ, ମହାସଂଘର ଅଧ୍ୟକ୍ଷ ଶ୍ରୀ ସନନ୍ତ କୁମାର ଭୂୟାଁ, କାର‌୍ୟ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଜ୍ଞାନରଞ୍ଜନ ଭୋଇ, ଉପାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଶ୍ରୀ ଶ୍ରୀଧର ବେହରା ଏବଂ ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ପରିଡ଼ା ପ୍ରମୁଖ ଯୋଗ ଦେଇ ଧାରଣାରେ ଉଦ୍ବୋଧନ ଦେବା ସହ ଦାବି ପୂରଣ ନହେବା ପର‌୍ୟ୍ୟନ୍ତ ଧାରଣାରେ ବସିଥିବା ବେଳେ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ସାଧାରଣ ସମ୍ପାଦକ ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ