ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ୍ୟୁ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଜଣେ ବୃଦ୍ଧ ଚାଷ କାର୍ଯ୍ୟ ପାଇଁ ରଞ୍ଜା ଆନୁଥିବା ବେଳେ ରଞ୍ଜା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୋଗୁଁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି I ଏଥିପାଇଁ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରି ଅଭିଯୋଗ ଆଣିଛନ୍ତି ବୃଦ୍ଧଙ୍କ ଝିଅ I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଡ଼ିଶା ପଲ୍ଲୀ ଗ୍ରାମର ଧୋବା ବିଷୋୟୀ(୭୫)ଙ୍କର ଗ୍ରାମର ଦଲକ ପଡ଼ିଆରେ ଏକ ଚାଷ ଜମି ରହିଛି I ସେହି ଚାଷ ଜମି ଉପରେ ଏକ ହେଭି ଲାଇନ୍ ବିଦ୍ୟୁତ୍ ତାର ବିପଜ୍ଜନକ ଭାବେ ଓହଳି ରହିଥିଲା I ଏନେଇ ଧୋବାଙ୍କ ପରିବାର ପକ୍ଷରୁ ବିଦ୍ୟୁତ୍ ତାର ସଜାଡିବା ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲା I କିନ୍ତୁ ବିଦ୍ୟୁତ୍ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା I ଶୁକ୍ରବାର ଅପରାହ୍ଣ ୪ ଘଣ୍ଟା ୪୫ ମିନିଟ୍ ସମୟରେ ଧୋବା ଚାଷ କାର୍ଯ୍ୟ ପାଇଁ ରଞ୍ଜା ଆଣୁଥିବା ବେଳେ ସେହି ରଞ୍ଜାରେ ଓହଳି ଥିବା ବିଦ୍ୟୁତ୍ ତାରଟି ଟାଣି ହୋଇଯାଇଥିଲା I ଫଳରେ ବିଦ୍ୟୁତ୍ ଆଘାତ ଯୋଗୁଁ ଧୋବା ତଳେ ପଡ଼ି ଗୁରୁତର ହୋଇପଡ଼ିଥିଲେ I ସ୍ଥାନୀୟ କିଛି ଲୋକ ଧୋବାଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I ଭଞ୍ଜନଗର ଡ଼ାକ୍ତରଖାନାରେ ଡ଼ାକ୍ତର ଧୋବାଙ୍କୁ ମୃତ ଘୋଷଣା କରିଥିଲେ I କିନ୍ତୁ ଧୋବାଙ୍କ ମୃତ୍ୟୁ ପାଇଁ ଧୋବାଙ୍କ ଝିଅ ରିତାଞ୍ଜଳି ବିଷୋୟୀ ବିଦ୍ୟୁତ୍ ବିଭାଗକୁ ସମ୍ପୂର୍ଣ୍ଣ ଦାୟୀ କରି ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ