ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ କନ୍ଧମାଳ ଯୁବ କଂଗ୍ରେସର ବିକ୍ଷୋଭ

କନ୍ଧମାଳ,(ପ୍ରଶାନ୍ତ କୁମାର ବେହେରା):କରୋନା ମହାମାରୀ ସମୟରେ ଜୀନନ ଜୀବିକା ପାଇଁ ସମଗ୍ର ଅଞ୍ଚଳବାସୀ ଲଢେଇ କରୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଦର ବୃଦ୍ଧି ଏକ ଶକ୍ତ ଆଘାତ ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଦୋକାନୀ, ‘କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ପାରିନଥିବା ବେଳେ  ବିଦ୍ୟୁତ୍ ଦର ଏକ ଚିନ୍ତାଜନକ କାରଣ ହୋଇଛି। ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧିକୁ କନ୍ଧମାଳ ଜିଲା ଯୁବ କଂଗ୍ରେସ ବିରୋଧ କରି ତୁରନ୍ତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ ସୋମବାର  ଫୁଲବାଣୀ ଠାରେ ଏକ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଶୋଭାଯାତ୍ରରେ ଆସି  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଶ୍ରମିକ ନେତା ଘନ ଶବର, ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର, ରଜତ ମହାନ୍ତି, ଅନାମ ନାୟକ, ଦୁର୍ଯ୍ୟୋଧନ ପଟନାୟକ, ସଂଶାର ଭୋଇ, ସୂର୍ଯ୍ୟକାନ୍ତ ଦାସ, ନନ୍ଦ କିଶୋର ଦାସ ,ଅଶୋକ ସାସନୀ ,କାମ ବେହେରା ,ଗୌର ଚରଣ ବେହେରା , ଶିବ ଶଙ୍କର ବେହେରା , ବଳଦେବ ବେହେରା , ମନିସା ବେହେରା , ହୃସି ବେହେରା , ସଂଜିତ୍ ବେହେରା , ସଂଜୟ କୁମାର ଭଂଜ , ଶିବାନି କହଁର ଓ ଅନ୍ୟମାନେ ବିକ୍ଷୋଭ ବେଳେ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ