ବିଦ୍ୟୁତ୍ ପାଇଁ ଘରେ ଲାଗିବ ସ୍ମାର୍ଟ ମିଟର

ଭୁୁବନେଶ୍ୱର, (ୱାଇଏନ୍‍ଏସ୍‍):  ଏଣିକି ବିଦ୍ୟୁତ୍ ପାଇଁ ଘରେ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମ୍ କାର୍ଡ ଜରିଆରେ ଜଣେ ଯେତିକି ପେମେଂଟ କରିବ, ସେତିକି ବିଦ୍ୟୁତ୍ ବ୍ୟବହାର କରିବ । ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ କେତୋଟି ଦିଗ ଉପରେ ଆଲୋଚନା କରାଯାଇଛି । ଯେଉଁ ଅଂଚଳରେ ଠିକ୍ ଭାବେ ବିଦ୍ୟୁତ୍ ଯୋଗାଣ ହୋଇପାରିନି, ସେଠି କେମିତି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ, ସେଥିନେଇ ଆଲୋଚନା ହୋଇଛି । ଏଣିକି ଏସଏଚଜି ଦ୍ୱାରା ବିଲ ଆଦାୟ କରିବ କମ୍ପାନୀ । ଘରକୁ ଯାଇ ବିଲ ଆଦାୟ କରିବ ଏସଏଚଜି । ଯେଉଁ ଘରକୁ ଲାଇନ ଦିଆଯାଇନି, ତୁରନ୍ତ ଦିଆଯିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍ ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ । ଠିକଣା ସମୟରେ ବିଲ ଆଦାୟ ପାଇଁ, ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ