ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ ପୂର୍ବକ ବିରୋଧ ପଦର୍ଶନ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ଏନସିସିଓଇଇର ଡ଼ାକରାକ୍ରମେ ବିଦ୍ୟୁତ୍ ବିଭାଗୀର ସାଉଥକୋ କର୍ମଚାରୀ, ଯନ୍ତ୍ରୀ ଓ ଅଧିକାରୀ ଏକତାମଂଚ ପକ୍ଷରୁ ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗର ଡ଼ିଭିଜନର ସମସ୍ତ ଶ୍ରମିକ, କର୍ମଚାରୀ, ଯନ୍ତ୍ରୀ ଓ ଅଧିକାରୀ ମାନେ ସରକାରଙ୍କ ବିଭିନ୍ନ ନୀତିକୂ ବିରୋଧ କରିବା ସହ ମଙ୍ଗଳବାର କଳାବ୍ୟାଜ ପରିଧାନ ପୂର୍ବକ କୋଭିଡ଼ ନିୟମ ପାଳନ କରି ଶାନ୍ତିପୁର୍ଣ୍ଣ ଭାବେ ବିରୋଧ ପଦର୍ଶନ କରିଥିଲେ । ବିଦ୍ୟୁତ୍ ବିତରଣକୁ ବେସରକାରୀ କରିବା, ଚାକିରୀ ସର୍ତାବଳୀ ଅନୁସାରେ ଦରମା ପ୍ରଦାନ ନକରିବା, ସରକାରଙ୍କ ବିଦ୍ୟୁତ୍ ବିଭାଗ ‘ସେସୁ’କୁ ଫ୍ରାଂଚାଇଜ ଦେବା ନାମରେ ଟାଟା କମ୍ପାନୀକୁ ବିକ୍ରି କରିଦେବା ଭଳି ଘଟଣାକୁ ନେଇ ସ୍ଥାନୀୟ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀ ମାନେ ବିରୋଧ କରିବା ସହ ସରକାରଙ୍କ ଏଭଳି ନିତୀକୁ ତିବ୍ର ନିନ୍ଦା କରିଥିଲେ । ସରକାର ଏଭଳି ଚିନ୍ତାଧାରାକୁ ପ୍ରତ୍ୟାହାର କରି ନେବା ପାଇଁ ଦାବି ଜଣାଇଥିଲେ । ଉକ୍ତ ବିରୋଧ ପଦର୍ଶନ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗୀୟ ସବ୍ ଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ସତ୍ୟ ନାରାୟଣ ଦାଶ, ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ସନ୍ତୋଷ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ବିଦୁର ବେହେରା, ଲାଇନମ୍ୟାନ୍ ଶ୍ରୀକାନ୍ତ ମହାନ୍ତି, ସିମାଂଚଳ ପ୍ରଧାନ, ମୁଖ୍ୟ କିରାଣୀ ଅଭୟ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ