ସାର ଦୋକାନ ଉପରେ ପ୍ରଶାସନ ଓ କୃଷି ବିଭାଗର ମିଳିତ ଚଢଉ

ଛତ୍ରପୁର,(ଦେବଦତ୍ତ ମହାରଣା ): ଗଞ୍ଜାମ ଜିଲ୍ଲାରେ ସାର ପିଡ଼ିଆ ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ବିଭିନ୍ନ ସଂଗଠନ ଏବଂ ଚାଷୀମାନେ ଅଭିଯୋଗ କରିଥିବାରୁ ଚାଷୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରଶାସନ ଓ କୃଷି ବିଭାଗର ମିଳିତ ଭାବେ ସାର ପିଡ଼ିଆ ଦୋକାନ ଉପରେ ଚଢଉ କରିଥିଲେ । ଏନେଇ ଛତ୍ରପୁର ସ୍ଥିତ ସମସ୍ତ ସାର  ଦୋକାନ ଗୁଡିକ ଯାଚଂ କରାଯାଇଛି । ଏଥିରେ ଛତ୍ରପୁର ସହକାରୀ କୃଷି ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ର ଓ ଛତ୍ରପୁର ଅତିରିକ୍ତ ତହସିଲଦାର ଯଶ୍ମିନ କୁମାର ପ୍ରଧାନ, ବିଭିନ୍ନ ଦୋକାନୀ ଗୁଡ଼ିକ ବୁଲି ଦୋକାନରେ ବିଭିନ୍ନ ସାର କୀଟନାଶକ ମହଜୁଦ୍ ଅଛି କି ନାହିଁ ତଦାରଖ କରିବା ସହ ପିଓଏସ୍ ମେସିନ୍ ଦ୍ୱାରା ଚାଷୀ ମାନଙ୍କୁ ସାର ପ୍ରଦାନ କରାଯାଉଛି କି ନାହିଁ ଏହାର ମଧ୍ୟ ଅନୁଧ୍ୟାନ କରିଥିଲେ । ଦୋକାନ ମାନେ ଚାଷୀଙ୍କୁ ସାର  ସାମଗ୍ରୀ ଦେବା ବେଳେ ଚାଷୀଙ୍କ  ଆଧାର ନମ୍ବର ଲେଖାଯାଉଛି ନା ନାହିଁ ଏହାର ମଧ୍ୟ ତଦାରଖ କରିଥିଲେ । ଏହା ସହିତ ଚାଷୀ ମାନଙ୍କୁ ବର୍ତମାନ କେଉଁ ଦରରେ ବିଭିନ୍ନ ସାମଗ୍ରୀ ଦିଆଯାଉଛି ତାହାର ଦର ତାଲିକା ଦୋକାନ ସମ୍ମୁଖରେ ଟଙ୍ଗା ଯିବାକୁ ମଧ୍ୟ କୁହାଯାଇଛି । ଛତ୍ରପୁରର ତିନୋଟି ଦୋକାନକୁ ବିଭିନ୍ନ କାରଣ ନେଇ ସୋକାଜ୍ ନୋଟିସ୍ ମଧ୍ୟ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ