ବିଦ୍ୟୁତ୍ ବିଭାଗ ନିରବଦ୍ରଷ୍ଟା, ଉପୁଡିଲେ ଚେତିବେ

ଭୁବନେଶ୍ୱର:(ଯୁଗାବ୍ଦ ନ୍ୟୁଜ) କେଉଁଠି ବିଦ୍ୟୁତ୍ ଖୁଣ୍ଟ ଧନୁଭଳି ରାସ୍ତା ଉପରକୁ ଢଳି ରହିଛି ତ କେଉଁଠି ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍ ଖୁଣ୍ଟ ଝୁଲି ରହିଛି । କେଉଁଠି ଖୁଣ୍ଟ ଗୁଡ଼ିକ କଳଙ୍କି ଲାଗି ଖତରା ହୋଇଗଲାଣି । ଆଉ କେଉଁଠି ଟ୍ରାନ୍ସଫର୍ମର ପାଚେରୀ ଭୁଷୁଡି ଯାଇଛି । ଆହୁରି ମଧ୍ୟ ଅନେକ ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଛି । ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ଭିତରେ ଓ ବିଦ୍ୟୁତ୍ ଖୁଣ୍ଟି ତାର ଉପରେ ଗଛଲତା ମାଡ଼ିଗଲାଣି । ଭୂମିକୁ କରେଣ୍ଟ ଛୁଇଁଲାଣି, ଯାହା ଜୀବଜନ୍ତୁ ଓ ଖାଲି ପାଦରେ ଯାଉଥିବା ଲୋକ ପାଇଁ ବିପଦର କାରଣ । ଏ ହେଉଛି ଆମ ସ୍ମାର୍ଟସିଟି ଭୁବନେଶ୍ୱରର ବିଦ୍ୟୁତ ଖୁଣ୍ଟିର ବାସ୍ତବ ଚିତ୍ର । ମହାବାତ୍ୟା ‘ଫନି’କୁ ଅଢେଇମାସ ବିତିଯାଇଥିଲେ ମଧ୍ୟ ରାଜଧାନୀର ବିପଦଶଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟିଗୁଡ଼ିକ ଏପର୍ଯ୍ୟନ୍ତ ସିଧା ହୋଇପାରିନାହିଁ । ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ସତେ ଯେମିତି ବିଦ୍ୟୁତ୍ ବିଭାଗ ନିରବଦ୍ରଷ୍ଟା ସାଜିଛି । ପୁରା ରାଜଧାନୀରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ