ଆତ୍ମାର ଅଛି ରଙ୍ଗ, ରୂପ ଓ ଆକାର

ଆମେ ସମସ୍ତେ ଆତ୍ମା । ଯେତେବେଳେ ଆମ ଶରୀର ତ୍ୟାଗ କରୁ କିଛି ଲୋକ ତୁମକୁ କିମ୍ବା ମୋତେ ଭୁତାତ୍ମା ମାନିନିଅନ୍ତି । ଆଉ କିଛି କୁହନ୍ତି ତା’ର ଆତ୍ମା ସ୍ୱର୍ଗବାସୀ ହୋଇଗଲା ।
ଆତ୍ମାର ୩ଟି ସ୍ୱରୂପ: ଜୀବାତ୍ମା, ପ୍ରେତାତ୍ମା ଏବଂ ସୂକ୍ଷ୍ମାତ୍ମା । ଯିଏ ଭୌତିକ ଶରୀରରେ ବାସ କରନ୍ତି ତାକୁ ଜୀବାତ୍ମା କୁହାଯାଏ । ଯେତେବେଳେ ଏହି ଜୀବାତ୍ମାର ବାସ୍ନା ଏବଂ କାମନାର ଇଚ୍ଛା ଶରୀର ମଧ୍ୟରେ ନିବାସ ହୁଏ ସେତେବେଳେ ଏହାକୁ ପ୍ରେତାତ୍ମା କୁହାଯାଏ । ଯେତେବେଳେ ଆତ୍ମା ସୂକ୍ଷ୍ମତମ ଶରୀରରେ ପ୍ରବେଶ କରେ ସେତେବେଳେ ଏହାକୁ ସୂକ୍ଷ୍ମାତ୍ମା କୁହାଯାଏ । ଆତ୍ମା କିଛି ବି ଶରୀର ଧାରଣ କଲେ ଏମିତି କୁହାଯାଏ । ଯାହାର ପ୍ରକୃତ ସ୍ୱରୂପ ବା ମୂଳ ରୂପ ଅତି ସୂକ୍ଷ୍ମ ତମ ବିନ୍ଦୁ ବୋଲି ଧରାଯାଏ ।
ଆତ୍ମାର ରଙ୍ଗ: ମୃତ୍ୟୁ ପରେ ଆମର ଆତ୍ମା କୁଆଡେ ଯାଏ ସେ ସମ୍ପର୍କରେ ଶ୍ରୀ ରାମଶର୍ମା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ସେହିପରି ଆତ୍ମାର ରଙ୍ଗ କିମ୍ବା ବର୍ଣ୍ଣକୁ ନେଇ ଭାରତୀୟ ଏବଂ ପାଶ୍ଚାତ୍ୟ ମତବାଦର ଫରକ ରହିଛି । ଭାରତୀୟ ଯୋଗୀଙ୍କ କହିବା ଅନୁଯାୟୀ ଆତ୍ମାର ରଙ୍ଗ ଶୁଭ୍ର ଅର୍ଥାତ ପୂର୍ଣ୍ଣ ସଫା ଅଟେ । ଅନ୍ୟପଟେ ପାଶ୍ଚାତ୍ୟ ଯୋଗୀଙ୍କ କହିବା ଅନୁଯାୟୀ ଆତ୍ମାର ରଙ୍ଗ ବାଇଗଣୀ । ଆଉ କିଛି ଗୁଣୀଜ୍ଞାନୀ ଆତ୍ମାର ରଙ୍ଗ ନୀଳ ବୋଲି କହିଥାଆନ୍ତି । ନୀଳ ରଙ୍ଗରେ ପ୍ରକାଶ କରୁଥିବା ରୂପରେ ଆତ୍ମା ପରିଲକ୍ଷିତ ହୁଏ ଏବଂ ଇଶତ୍ ହଳଦିଆ ରଙ୍ଗର ପରିପ୍ରକାଶ କରୁଥିବା ଆତ୍ମା ନିଜର ଉପସ୍ଥିତି ସୂଚିତ କରେ ।
ଆତ୍ମାର ଆକାର: ଆତ୍ମା ଅତି ସୂକ୍ଷ୍ମତମ ଜିନିଷ । ଏହାର ହିସାବ ଜାଣିବାକୁ ଚାହିଁଲେ ଗୋଟିଏ କେଶକୁ ନେଇ ୬୦ ଭାଗ କରନ୍ତୁ । ପୁଣି ଏହାକୁ ଅନେଶତ ଭାଗ କରନ୍ତୁ । ପୁଣି ୯୯ ଭାଗକୁ ୬୦ ଭାଗ କରନ୍ତୁ । ଏହାର ଗୋଟିଏ ଭାଗର ପରିମାଣ ଆତ୍ମାର ଆକାର ସହ ସମାନ । ଅର୍ଥାତ ୩,୫୨,୮୩,୬୦୦ । ଏମିତି ଢ଼ଙ୍ଗରେ ପ୍ରାଚୀନ ମୁନିଋଷିମାନେ ଆତ୍ମାର ଆକାର ଅନୁମାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ