ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବୀ ନେଇ କଂଗ୍ରେସର ବିକ୍ଷୋଭ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ବନ୍ତ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବନ୍ତସ୍ଥିତ ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ ଘଟିକା ସମୟରେ ବନ୍ତ ବ୍ଲକ କଂଗ୍ରେସ କମିଟିର ଉପସଭାପତି ନିରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ସରପଞ୍ଚ ଶରତ ଚନ୍ଦ୍ର ପଣ୍ଡା, ଆନନ୍ଦ ଚନ୍ଦ୍ର ଓଝା, ଯୁବ କଂଗ୍ରେସ ନେତା ଜ୍ୟୋତି ରଞ୍ଜନ ନାୟକ, ମଣିଭଦ୍ର ବିଶ୍ୱାଳ, ପ୍ରଫୁଲ୍ଲ ରାଉତ, ଛାତ୍ର କଂଗ୍ରେସ ନେତା ସାଦ୍ଦ୍ ସିଦ୍ଧିକ୍, ଶ୍ୟାମ ସୁନ୍ଦର ଦାସ, ହରିହର ମଣ୍ଡଳ, ନିରଞ୍ଜନ ସେନାପତି, ବିଷ୍ଣୁ ମୋହନ ପଣ୍ଡା, ଉଲ୍ଲାସ ଜେନା, ଜଗଜୀବନ ସାହୁ, ମନୋରଞ୍ଜନ ମହାପାତ୍ର, ରଞ୍ଜୁ ସାହୁ, ରଙ୍ଗାଧର ରାଜ, ଦାମୋଦର ନାୟକ, ରବିନ୍ଦ୍ର ଭୂୟାଁ, ମନୋଜ ଘଡେଇ ପ୍ରମୁଖ ନେତୃତ୍ୱଙ୍କ ଦ୍ୱାରା ଶତାଧିକ କଂଗ୍ରେସ କର୍ମୀ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଜନତା, ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଚାଷୀ, କ୍ଷୁଦ୍ରମଧ୍ୟମ ଶିଳ୍ପ ଅନୁଷ୍ଠାନ ଉପରେ ଲଦି ଦେଇଥିବା ବିଦ୍ୟୁତ୍ ଦର ତୁରନ୍ତ ପ୍ରତ୍ୟାହାର ଦାବୀ ନେଇ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବନ୍ତସ୍ଥିତ ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।