ଲଟେରୀ ମାଧ୍ୟମରେ ସରିଲା ବିଦେଶୀ ମଦ ଦୋକାନ ଟେଣ୍ଡର

ସରକାରଙ୍କୁ ମିଳିଲା ୭କୋଟି ୪୮ଲକ୍ଷ ଅବକାରୀ ରାଜସ୍ୱ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ବିଦେଶୀ ମଦ ଦୋକାନ ନବୀକରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲଟେରୀ ପ୍ରକ୍ରିୟା ଦ୍ୱାରା ଗଜପତି ଜିଲ୍ଲାରେ ବିଦେଶୀ ମଦ ଟେଣ୍ଡର ସରିଲା । ଏହା ଦ୍ୱାରା ପ୍ରଥମ ଦଫାରେ ସରକାରଙ୍କୁ ସିଧାସଳଖ ଗଜପତି ଜିଲ୍ଲାରୁ ୭କୋଟି ୪୮ଲକ୍ଷ ଟଙ୍କାର ରାଜସ୍ୱ ମିଳିଲା । ଘଟଣାରୁ ପ୍ରକାଶ, ଜିଲ୍ଲାର ୧୯ଗୋଟି ମଦ ଦୋକାନ ପାଇଁ ୭୬୭ ଜଣ ଆବେଦନ କରିଥିଲେ । ଗତକାଲି ଲଟେରୀ ଉଠାଣ ପ୍ରକ୍ରିୟାରେ ଶାନ୍ତି ଶୃଙ୍ଖଳା ଭାବେ ଏହି କାର୍ଯ୍ୟ ସମାପନ ହୋଇଛି । ଉକ୍ତ ବିଜ୍ଞପ୍ତି ତଥା ଆଦେଶ ପତ୍ର ନମ୍ବର ୧୦୨୯/ଓଓ/ଋଙ୍ଘ-୩୦/୨୦୨୧ ତାରିଖ ୨୬.୦୨.୨୦୨୧ ପ୍ରକାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସମେତ କାଶୀନଗର, ଗୋଷାଣୀ ବ୍ଲକରେ ଆଶାୟୀଙ୍କ ସଂଖ୍ୟା ବହୁମାତ୍ରାରେ ଥିଲା । ଟେଣ୍ଡର ପ୍ରକ୍ରିୟାରେ ମୋଟ ୭୬୭ ଆଶାୟୀ ରହିଥିଲେ । ତେବେ ଏସବୁ ର ଅନ୍ତ ଘଟିଛି । ୧୯ଗୋଟି ମଦ ଦୋକାନର ଲଟେରୀ କାର୍ଯ୍ୟକ୍ରମ ପ୍ରଥମେ ନିୟମ ପ୍ରକାରେ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ବହୁ କଡା ସୁରକ୍ଷା ବଳୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କାର୍ଯ୍ୟାଳୟ ପରିସରଟିକୁ ଚାରିଆଡୁ ବ୍ୟାପକ ପୋଲିସ ମୁତୟନ କରାଯାଇ ଲଟେରୀ ପ୍ରକ୍ରିୟା ଦ୍ୱାରା ଜିଲ୍ଲାପାଳ ଅନୁପମ ସାହା ଲଟେରୀ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧିରେ ଧିରେ ଜିଲ୍ଲାର ସମସ୍ତ ୧୯ଗୋଟି ବିଦେଶୀ ମଦ ଦୋକାନ ଗୁଡିକର ଲଟେରୀ ଚିଠାକୁ ନେଇ ଗୋଟିଏ ଗୋଟିଏ ଉଠାଣ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ଅପେକ୍ଷା କରି ବାହାରେ ବସିଥିବା ସମସ୍ତ ଟେଣ୍ଡରଧାରୀ ମାନଙ୍କ ମଧ୍ୟରୁ ଯାହାର ନାମରେ ଲଟେରୀ ବାହରୁଥିଲା ସେମାନେ ଉତ୍ସାହିତ ହୋଇଥିଲେ । ଆଉ ଯାହାର ଲଟେରୀରେ ନାମ ବାହାରୁ ନଥିଲା ସେମାନେ ନିରାଶ ହୋଇ ଘରକୁ ଫେରିଥିଲେ । ତେବେ ସେ ଯାହାହେଉନା କାହିଁକି ମାତ୍ର ୧୯ ଗୋଟି ବିଦେଶୀ ମଦ ଦେକାନ ପାଇଁ ୭୬୭ଜଣ ଟେଣ୍ଡର ପକାଇବା ଗଜପତି ଜିଲ୍ଲାରେ ସର୍ବକାଳୀନ ରେକଡ ଅଟେ । ଏ ବାବଦରେ ସରକାର ୭କୋଟି ୪୮ଲକ୍ଷ ଟଙ୍କା ଅବକାରୀ ରାଜସ୍ୱ ଆଦାୟ କରିଛନ୍ତି । ହେଲେ ଏହି ଟେଣ୍ଡର ପ୍ରକ୍ରୀୟାରେ ବହୁ ଆନ୍ଧ୍ର ବ୍ୟବସାୟୀ ଗଜପତି ଜିଲ୍ଲାର କିଛି ବ୍ୟବସାୟୀଙ୍କ ଦ୍ୱାରା ମିଳିତ ଭାବେ ଆବେଦନ କରି କେତେକ ବିଦେଶୀ ମଦ ଦୋକାନ ହାତେଇଛନ୍ତି । ଏହାର ମୁଖ୍ୟ କାରଣ ହେଲା ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ଗଜପତି ଜିଲ୍ଲାରେ ବିଦେଶୀ ମଦର ଦର ଆନ୍ଧ୍ର ପ୍ରଦେଶ ଠାରୁ କମ୍‌ଦର ରହିଛି । ତେଣୁ ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଆନ୍ଧ୍ର ଗ୍ରାହକ ଗଜପତି ଜିଲ୍ଲାକୁ ବିଦେଶୀ ମଦ କିଣିବା ପାଇଁ ଆସୁଛନ୍ତି । ଲକ୍‌ଡାଉନ ପରେ ବିଦେଶୀ ମଦ ଦୋକାନ ଓ ବାରଗୁଡିକରେ ଏଥି ଯୋଗୁଁ ଆନ୍ଧ୍ର ଗ୍ରାହକଙ୍କ ସଂଖ୍ୟା ବିଶେଷ ଭାବେ ବୃଦ୍ଧିପାଇଛି । ତେଣୁ ବ୍ୟବସାୟରେ ଭଲ ଅର୍ଥ ଅର୍ଜନ ପାଇଁ ଆନ୍ଧ୍ର ବ୍ୟବସାୟୀମାନେ ଗଜପତି ଜିଲ୍ଲାକୁ ମୁହାଁଇ ବିଦେଶୀ ମଦ ଦୋକାନ ପ୍ରଥମ ଥର ହାତେଇବାରେ ସକ୍ଷମ ହେଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ