ବିଦ୍ୟୁତ ଆଘାତରେ ଗାଇ ମୃତ
ଛତ୍ରପୁର : ଛତ୍ରପୁର ବ୍ଲକ୍ ଆଯ୍ୟପଲ୍ଲୀ ପଂଚାୟତର କତୁରୁ ଗ୍ରାମର ଗୁରୁବାବୁ ସାହିରେ ଏକ ବିଦ୍ୟୁତ୍ ଖୁଂଟ ସ୍ପଂଶ୍ୱରେ ଆସି ଏକ ଗାଇ ମୃତ୍ୟୁ ବରଣ କରିଛି । ସାହି ବାସିନ୍ଦାଙ୍କ କହିବା ଅନୁସାରେ ସାହିରେ ବର୍ଷା ଦ୍ୱାରା ପାଣି ନିଷ୍କାସନ ନହୋଇ ବିଦ୍ୟୁତ୍ ଖୁଂଟ ଚାରି ପାଶ୍ୱର୍ରେ ପାଣି ଜମି ରହିବା ଫଳରେ ପୂର୍ବରୁ ବି ଏହି ଖୁଂଟ ସଂସର୍ଶରେ ଆସି ସାହିର ବହୁ ଯୁବକ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିବା ନଜିର ରହିଛି । ଏନେଇ ବାରମ୍ବାର ବିଦ୍ୟୁତ୍ କର୍ତୃପକ୍ଷଙ୍କୁ ଜଣାଇଲେ ସୁଦ୍ଧା ଏହାର କୌଣସି ସମାଧାନ କରାଯାଉନାହିଁ । ଆଜି ପୁଣି ଥରେ ସେହିପରି ଘଟଣାର ପୁନରାବୃତି ଘଟିଛି । ପୂର୍ବାହ୍ନରେ ଗାଇଟିଏ ବିଦ୍ୟୁତ ଖୁଂଟରେ ଲାଗିଯିବା ଫଳରେ ତାର ମୃତ୍ୟୁ ଘଟିଛି । ଏଣୁ ଏହାର ତୁରନ୍ତ ସମାଧାନ ଦିଗରେ ବିଦ୍ୟୁତ୍ ବିଭାଗ ପଦକ୍ଷେପ ନେବା ପାଇଁ ସାହିବାସିନ୍ଦା ଦାବି କରିଛନ୍ତି । କଥା ଉଠୁଛି ଗାଇ ବଦଳରେ ଯଦି ମଣିଷଟିଏ ହୋଇଥାନ୍ତା ତାହା ହେଲେ ପରିସ୍ଥିତି କଣ ନହୋଇନଥାନ୍ତା ଏଣୁ ଏଦିଗରେ ବିଦ୍ୟୁତ୍ ବିଭାଗ ଯତ୍ନବାନ ହେବେ ବୋଲି ଆଶା କରାଯାଉଛି ।