ବିଦ୍ୟୁତ ଆଘାତରେ ଜଣେ ଆହତ

ହାଟଡିହି, (ବିକାଶ ବିଶ୍ୱାଳ ) : ଗିରିଗାଁ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ବର୍ଷାପବନ ପରେପରେ ଏକ ଛିଣ୍ଡିପଡିଥିବା କେବୁଲ ତାରକୁ ଉଠାଇବାକୁ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଜଣାଇଥିଲେ । ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ପହଞ୍ଚି ତାରଟିକୁ ଗ୍ରାମବାସୀଙ୍କ ସହଯୋଗରେ ଉଠାଉ ଥିବାବେଳେ ହଠାତ ବିଦ୍ୟୁତ ପ୍ରବାହିତ ହୋଇପଡିବାରୁ ଗ୍ରାମର ସୁଦର୍ଶନ ଖଟୁଆ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇପଡିଥିଲେ । ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ