ବିପୁଳ ପରିମାଣର ଚୋରାକାଠ ଜବତ

ଯୋଡ଼ା, (ସମୀର କୁମାର ଦାସ) : ଚମ୍ପୁଆ ରେଞ୍ଜ ବାମେବାରୀ ବନାଂଚଳର ପୀଢପୋଖରୀ ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ଚୋରା କାଠ ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ପ୍ରାୟ ଦିନ ୧୦ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିଢପୋଖରୀର ୨ ଜଣ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଥିଲା । ଫଳରେ ତାଙ୍କଘରୁ ପ୍ରାୟ ୭୫ କ୍ୟୁବିକ୍ ଫୁଟ୍ ପରିମାଣର ଶାଳ, ପିଆଶାଳ ଓ କୁରୁମ ପ୍ରଭୃତି କାଠପଟା ଜବତ କରାଯାଇଥିଲା । ଗତ କିଛିଦିନ ତଳେ ଯୋଡା ବାଂଶପାଣି ଠାରୁ ଏକ ଚୋରାକାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ ହେବାପରେ ଏହାର ଖୋଳତାଡ ବନ ବିଭାଗ ପକ୍ଷରୁ କରାଯାଇଥିଲା । ଏହାର ଚେର ଯୋଡାଠାରୁ ବହୁ ଦୂରରେ ଅବସ୍ଥିତ ବାମେବାରୀ ବନାଂଚଳରେ ଅବସ୍ଥିତ ଏକ ଦୁର୍ଗମ ଅଂଚଳ ପୀଢପୋଖରୀ ଠାରେ ବୋଲି ବନ ବିଭାଗ ଜାଣିବାପରେ ଏହି ଚଢାଉ କରିଥିଲା । ଏହି ଚଢାଉରେ ଆସିଷ୍ଟାନ୍‌ଟ କଞ୍ଜରଭେଟର ଅଫ୍ ଫରେଷ୍ଟ ଅଜୟ କୁମାର ସାହୁ, ଚମ୍ପୁଆ ରେଞ୍ଜ ଅଧିକାରୀ ସଞ୍ଜିବ୍ କୁମାର ରାଉତ, ମୋବାଇଲ୍ ଡେପୁଟି ରେଞ୍ଜର ପିତାମ୍ବର ନାଏକ, ବାମେବାରୀ ବନପାଳ ଜ୍ୟେତିନ୍ଦ୍ର କୁମାର ସାହୁ, ମୋବାଇଲ ବନପାଳ ଶଶିଭୁଷଣ ବାରିକ, ଯୋଡା ବନପାଳ ଅନିରୁଦ୍ଧ ପଣ୍ଡା ସଦଳବଳେ ଚଢାଉରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ