ବିଦ୍ୟୁତ ଆଘାତରେ ମହନ୍ତଙ୍କ ମୃତ୍ୟୁ : ସାରା ଅଞ୍ଚଳରେ ଶୋକର ଛାୟା
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ଥାନାର ସୋମପୁର ପଂଚାୟତ ରୋଗଲ ମଠ ମହନ୍ତଙ୍କ ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି ରୋଗଲ ମଠ ମହନ୍ତ ଅଶୋକ ଦାସ ଆଜି ସକାଳୁ ବିଦ୍ୟୁତ ମଟର ସାହାଯ୍ୟରେ ମଠ ପରିସରରେ ପାଣି ଦେବାକୁ ଯାଇଥିଲେ । ହଠାତ ବିଦ୍ୟୁତ ମଟରରୁ କରେଣ୍ଟ ମାରିଥିଲା । ମହନ୍ତ ସେଠାରେ ପଡିଯାଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଖବର ପାଇ ରାଜ୍ୟର ସମସ୍ତ ସାଧୁ ସନ୍ଥ ମର୍ମାହତ ହୋଇ ପଡିଥିଲେ। ସାରା ଅଞ୍ଚଳବାସୀଙ୍କ ଶୋକରେ ଅଭିଭୂତ ହୋଇଥିଲେ ।


