ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ପରିବାରକୁ ବିଧାୟକଙ୍କ ସମବେଦନା ଓ ସହାୟତା

ବୁଗୁଡା (ଅନିଲ କୁମାର ମହାରଣା) : ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗୁରୁବାର ଦିନ ଗୋଲାମୁଣ୍ଡୁଳାରେ ପହଞ୍ଚି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଭେଟି ସମବେଦନା ପ୍ରକାଶ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନଂ ୱାର୍ଡ ଗୋଲାମୁଣ୍ଡୁଳା ଗ୍ରାମର ଗୀତାଞ୍ଜଳୀ ଡାକୁଆ ଗତ ୨୩ ତାରିଖରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ। ଏହି ଦୁର୍ଘଟଣା ଖବର ପାଇ ବିଧାୟକ ଶ୍ରୀ ସାହୁ ମୃତକଙ୍କ ପରିବାରଙ୍କୁ ଭେଟି ସ୍ୱାନ୍ତନା ଦେବାସହ ସମବେଦନା ପ୍ରକାଶ କରିଥିଲେ। ଏଥିସହ ସେହି ଶ୍ରମିକ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ସହ ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ଦଳୀୟ କର୍ମୀବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ