ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର କାଙ୍କଦିଆ ଗ୍ରାମର ନିଳମଣୀ ମଲିକଙ୍କ ପୁଅ ମୀନକେତନ ମଲିକ(୩୩) କହ୍ନଇପୁର ଗ୍ରାମ ରାସ୍ତାରେ ଏକ ପିକଅପ ଭ୍ୟାନ ଚଳାଇ ଯାଉଥିବା ବେଳେ ହଠାତ୍ ୧୧କେଭି ଲାଇନ ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ଏକ ବିଧବା ପତ୍ନୀ ସମେତ ୪ବର୍ଷର ଝିଅ ରହିଛି । ସଦର ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ ପରେ ତାଙ୍କ ପରିବାଲ ଲୋକଙ୍କୁ ହସ୍ତାନ୍ତର କରିଥିଲା । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସରପଞ୍ଚ ସରୋଜିନୀ ନାୟକ, ଗଜେନ୍ଦ୍ର ପରିଡା, ରବୀନ୍ଦ୍ର ନାଥ ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ପ୍ରଦୀପ ପରିଡା, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶେଷଦର୍ଶନ କରି ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ଗରିବ ପରିବାରକୁ ସରକାରୀ ସାହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ